ଓଡିଶା

odisha

ETV Bharat / videos

ଘର ଭିତରେ ପଶିଗଲା କାର୍; ଜଣେ ମୃତ, ଅଳ୍ପକେ ବର୍ତ୍ତିଲେ 3 ଶିଶୁ

By

Published : Jun 30, 2021, 12:04 PM IST

ଗାନ୍ଧୀନଗର: ଘରେ ଶୋଇଥିବା ଅବସ୍ଥାରେ ମାଡି ଆସିଲା ଗାଡି । ରାସ୍ତା ଛାଡି ଘର ଭିତରକୁ ପଶିଲା କାର । ଆଖି ପିଛୁଳାକେ 4 ଜଣଙ୍କ ଉପରେ ଚଢିଗଲା । କିନ୍ତୁ ସୌଭାଗ୍ୟବଶତଃ ଏଥିରୁ ବର୍ତ୍ତିଗଲେ ତିନି ଶିଶୁ । ଏଭଳି ଘଟଣା ଦେଖିବାକୁ ମିଳିଛି ଗୁଜୁରାଟର ଅହେମଦାବାଦ ଅଞ୍ଚଳରେ । ଏଥିରେ ଜଣେ ମହିଳାଙ୍କର ମୃତ୍ୟୁ ହୋଇଥିବା ବେଳେ 3 ଜଣ ଶିଶୁ ଆହତ ହୋଇଛନ୍ତି । ଏ ଘଟଣାର ପୁରା ଚିତ୍ର ସିସିଟିଭିରେ କଏଦ ହୋଇଛି । ପୋଲିସ ଗାଡି ଚାଳକଙ୍କ ନାଁରେ ମାମଲା ରୁଜୁ କରି ତଦନ୍ତ ଚଳାଇଛି । ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details