ଓଡିଶା

odisha

ETV Bharat / videos

Sambalpuri Day: ନାଚ ଗୀତରେ ଦୁଲୁକିଲା ସମ୍ବଲପୁର - ନାଚ ଗୀତରେ ଦୁଲୁକିଲା ସମ୍ବଲପୁର

By

Published : Aug 1, 2022, 10:25 PM IST

ସମ୍ବଲପୁର: ଆଜି ହେଉଛି ସମ୍ବଲପୁରୀ ଦିନ (Sambalpuri Din)। ପ୍ରଖ୍ୟାତ ସମ୍ବଲପୁରୀ କବି ଗୁରୁ ସତ୍ୟନାରାୟଣ ବହିଦାରଙ୍କ ଜନ୍ମ ଜୟନ୍ତୀ ଅବସରରେ ପଶ୍ଚିମ ଓଡ଼ିଶାରେ ଏହି ଦିବସକୁ ପାରମ୍ପରିକ ବାଦ୍ୟ, ନାଚ, ଗୀତ ତାଳେ ତାଳେ ପାଳିତ ହେଉଛି ।ଚଳିତବର୍ଷ ପଶ୍ଚିମାଞ୍ଚଳ ଏକତା ମଞ୍ଚ ଓ ସମ୍ବଲପୁରୀ ଏକତା ମଞ୍ଚ ପକ୍ଷରୁ ଭିନ୍ନ ଭିନ୍ନ 2 ଟି ସ୍ଥାନରେ ପାଳିତ ହୋଇଛି। ପଶ୍ଚିମାଞ୍ଚଳ ଏକତା ମଞ୍ଚ ପକ୍ଷରୁ କଚେରୀ ଛକରେ ସମ୍ବଲପୁରୀ ଦିନ ଓ ସମ୍ବଲପୁରୀ ଏକତା ମଞ୍ଚ ପକ୍ଷରୁ ଗଙ୍ଗାଧର ମଣ୍ଡପରେ ପାଳିତ ହୋଇଛି । ଆଜିର ଏହି କାର୍ଯ୍ୟକ୍ରମରେ ସମ୍ବଲପୁରୀ ପୋଷାକ ଓ ଶାଢ଼ୀ ପିନ୍ଧି ହଜାର ହଜାର ଲୋକ ସାମିଲ ହୋଇଥିଲେ । ଆଜିର ଏହି କାର୍ଯ୍ୟକ୍ରମରେ ସମ୍ବଲପୁର ଜିଲ୍ଲାପାଳ ଓ ଏସପିଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇଥିଲେ । ଇଟିଭି ଭାରତ, ସମ୍ବଲପୁର

ABOUT THE AUTHOR

...view details