ବାଡ଼ିରେ ଫଳୁଛି 350 ପ୍ରକାରର ଆମ୍ବ, ଦେଖିବାକୁ ଯେମିତି ସ୍ବାଦିଷ୍ଟ ବି ସେମିତି - ଲକ୍ଷ୍ନୌର ଦଶହରୀ ଆମ୍ବ
ଲକ୍ଷ୍ନୌ: ବାଡ଼ିରେ ଫଳିଛି ଆମ୍ବ । ଛୋଟ ଛୋଟ ଗଛରେ ଝୁଲିଛି ପେନ୍ଥା ପେନ୍ଥା ଆମ୍ବ । ଏସବୁ ଆମ୍ବ ଦେଖିବାକୁ ଯେତିକି ସୁନ୍ଦର ତାର ସ୍ୱାଦ ମଧ୍ୟ ସେତିକି ସ୍ବାଦିଷ୍ଟ । ଉତ୍ତରପ୍ରଦେଶର ଲକ୍ଷ୍ନୌରେ ଦଶହରୀ ଆମ୍ବର ବେଶ ଚାହିଦା ରହିଥାଏ । କିନ୍ତୁ ଜଣେ ଚାଷୀଙ୍କ ବାଡ଼ିରେ ହୋଇଥିବା ଆମ୍ବ ବଗିଚାର ଦୃଶ୍ୟ ଆପଣଙ୍କୁ ଆଚମ୍ବିତ କରିବ । ଏହି ବଗିଚାରେ ବହୁ ବର୍ଷ ଧରି ବିଭିନ୍ନ ପ୍ରଜାତିର ଆମ୍ବ ଫଳୁଛି । ଏଠାରେ ବାରମାସୀ ଆମ୍ବ ଗଛ ମଧ୍ୟ ରହିଛି । ଯେଉଁଥିରେ ଗଛର ଗୋଟିଏ ପଟେ ଆମ୍ବ ଫଳୁଥିଲେ ଅନ୍ୟପଟେ ବଉଳ ଧରୁଛି ଯାହା ଅତ୍ୟନ୍ତ ଆଶ୍ଚର୍ଯ୍ୟ। ସେହିପରି ଗୋଟିଏ ଗଛରେ ଭିନ୍ନଭିନ୍ନ ରଙ୍ଗର ଆମ୍ବ ଫଳିଛି। ଯାହା ଆମ୍ବପ୍ରେମୀହ୍କୁ ବେଶ ଆକର୍ଷିତ କରିବ। ଏଥିରେ କୌଣସି ରାସାୟନିକ ସାର ବ୍ୟବହାର ନୋଇ କେବଳ ପ୍ରାକୃତିକ ପ୍ରଣାଳୀରେ ଉତ୍ପାଦନ ହେଉଛି। ଯାହା ସ୍ବାସ୍ଥ୍ୟ ପାଇଁ ଅତ୍ୟନ୍ତ ହିତକାର ଅଟେ ।ଆମ୍ବ ଏକ ଲାଭବାନ ଫଳ ହୋଇଥିବାରୁ ଚାଷୀ ଜଣକ ଏହାକୁ ବିକ୍ରି କରି ବେଶ ରୋଜଗାର କରୁଛନ୍ତି ।