ମନାଲି ଓ କୁଲୁରେ ତୁଷାରପାତ, ବଢୁଛି ପର୍ଯ୍ୟଟକଙ୍କ ସଂଖ୍ୟା
ବିଗତ କିଛି ଦିନ ହେଲେ ଜାରି ରହିଛି ଶୀତର କର୍ଫ୍ୟୁ। ଆଉ ପ୍ରବଳ ଥଣ୍ଡାକୁ କାଲୁଆ ପବନ ଦେହ ମୁଣ୍ଡକୁ ଥରାଇ ଦେଉଛି। ଓଡିଶାରେ ଶୀତର ପ୍ରଭାବ ଥିବା ବେଳେ ବାହାର ରାଜ୍ୟ ହିମାଚଳପ୍ରଦେଶର ମନାଲି ଓ କୁଲୁରେ ମଧ୍ୟ ପ୍ରବଳ ଶୀତ ସହ ତୁଷାରପାତ ଲାଗିରହିଛି। ଏହି ସମସ୍ତ ସ୍ଥାନରେ ବାଟ ଘାଟଠୁ ଆରମ୍ଭ କରି ଘାସ କାଠ ଓ ଘରର ଛାତ ସବୁଠୁ ବରଫର ଆସ୍ତରଣ ଦେଖିବାକୁ ମିଳୁଛି। ପ୍ରକୃତିର ଏହି ସୁନ୍ଦର ଓ ମନୋରମ ଦୃଶ୍ୟକୁ ଉପଭୋଗ କରିବା ପାଇଁ ହିମାଚଳ ପ୍ରଦେଶର ଦୁଇ ପର୍ଯ୍ୟଟନସ୍ଥଳୀ ମନାଲି ଏବଂ କୁଲୁରେ ଲାଗିଛି ପର୍ଯ୍ୟଟକଙ୍କ ଭିଡ।