ସିଲଭର ସିଟିରେ ବଢୁଛି କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା, 8 ଯାଏଁ କଟକ ସଟଡାଉନ
କଟକ: କଟକରେ ବଢି ଚାଲିଛି କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା । ସଂକ୍ରମଣକୁ ଆଖି ଆଗରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ସିଲଭର ସିଟିକୁ 8 ତାରିଖ ପର୍ଯ୍ୟନ୍ତ ସଟ ଡାଉନ କରାଯାଇଛି । ଅତ୍ୟାବଶ୍ୟକ ସେବାକୁ ବାଦ ଦେଇ ଅନ୍ୟ ସମସ୍ତ ଦୋକାନ ବଜାର ଖୋଲା ବନ୍ଦ ରହିବ । ରାସ୍ତାଘାଟ ଶୂନସାନ ଥିବାବେଳେ ଛକ ଛକରେ ପୋଲିସ ପଇଁତରା ମାରୁଛି । କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ