ଗଞ୍ଜାମରେ କୋହଳ ହେଲା କୋରୋନା କଟକଣା, ଖୋଲିଲା ଦୋକାନ ବଜାର
ବ୍ରହ୍ମପୁର: ଆଜି ବ୍ରହ୍ମପୁର ସହରରେ ଯାତାୟତ ଉପରୁ ଉଠିଲା କଟକଣା । ବ୍ରହ୍ମପୁର ସହର ସମେତ ଗଞ୍ଜାମ ଜିଲ୍ଲାରେ ସକାଳ ୫ ରୁ ସନ୍ଧ୍ୟା ୮ ପର୍ଯ୍ୟନ୍ତ ସମସ୍ତ ଦୋକାନ ବଜାର ଏଣିକି ଖୋଲା ରହିବ । ଜିଲ୍ଲାରେ କୋରୋନା ସ୍ଥିତିରେ ସୁଧାର ଆସୁଥିବାରୁ ଜିଲ୍ଲାପ୍ରଶାସନ ପକ୍ଷରୁ ନିଷ୍ପତି ନିଆଯାଇଛି । ଗତ 4 ମାସରୁ ଅଧିକ ସମୟ ଧରି କୋଭିଡ ସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ଜିଲ୍ଲାରେ କ୍ରମାଗତ ଭାବରେ ଲକଜଡାଉନ ଓ ସଟଡାଉନ ଚାଲିଥିବାରୁ ବ୍ୟବସାୟୀଙ୍କ କାରବାର ଏକପ୍ରକାର ଠପ ହୋଇଯାଇ ଥିଲା । ଏନେଇ ବ୍ରହ୍ମପୁରରୁ ଅଧିକ ସୂଚନା ଦେଇଛନ୍ତି ଆମ ସମ୍ବାଦଦାତା ସମୀର ଆଚାର୍ଯ୍ୟ ।