ସମ୍ପନ୍ନ ହେଲା ସମ୍ବଲପୁର ଶୀତଳ ଷଷ୍ଠୀ ଯାତ୍ରାର ଗଣ୍ଠାଲ ଫିଟା, ରାତିରେ ବିବାହ ଉତ୍ସବ - ଶିବ ବିବାହ ନ୍ୟୁଜ
ସମ୍ବଲପୁର: ଆଜି(ଶନିବାର) ରାତିରେ ମାତା ପାର୍ବତୀଙ୍କ ହାତ ଧରିବେ ଦେବ ଦେବ ମହାଦେବ । ଦେବ ବିବାହ ବା ଶୀତଳ ଷଷ୍ଠୀ ଯାତ୍ରା ଅନୁଷ୍ଠିତ ହେବ ।ଏଥିପାଇଁ ପ୍ରସ୍ତୁତି ଚୂଡ଼ାନ୍ତ । ପରମ୍ପରା ମୁତାବକ ମାତା ପାର୍ବତୀଙ୍କୁ ଚଳିତବର୍ଷର କନ୍ୟା ପିତାମାତା ନିଜ ଘରକୁ ନେବା ପୂର୍ବରୁ ଆଜି ଗଣ୍ଠାଲ ଫିଟା ପରମ୍ପରା ସମ୍ପନ୍ନ ହୋଇଛି । ଦିନ ପ୍ରାୟ 12 ଟା ସମୟରେ ସମ୍ବଲପୁର ମୁଦିପଡା ଜାଗେଶ୍ୱର ବାବାଙ୍କ ମନ୍ଦିରକୁ ଗତ ବର୍ଷର କନ୍ୟା ପିତାମାତା ଆସି ଗଣ୍ଠାଲ ଫିଟା ନୀତି ସମ୍ପନ୍ନ କରିବା ପରେ ଚଳିତ ବର୍ଷର କନ୍ୟା ପିତା ମାତାମାତା ଦେବୀ ପାର୍ବତୀଙ୍କୁ ନିଜ ଘରକୁ ନେଇଛନ୍ତି । ଏହା ପରେ ପରେ ମନ୍ଦିରରେ ଶିବ ଭଗବାନଙ୍କୁ ହଳଦୀ ଲେପନ ପରମ୍ପରା ସମ୍ପନ୍ନ ହେବ ଏବଂ ଧାର୍ଯ୍ୟ ସମୟ ଅନୁସାରେ ଦେବ ବିବାହ ହେବ । ଇଟିଭି ଭାରତ, ସମ୍ବଲପୁର