ଓଡିଶା

odisha

ପାକିସ୍ତାନକୁ ଚକମା ଦେଲା ଭାରତ, ଖୁସି ମନାଇଲେ ଶରଦ ପାୱାର

By

Published : Aug 29, 2022, 1:19 PM IST

ମୁମ୍ବାଇ:ଏସିଆ କପ୍ ଦ୍ବିତୀୟ ମ୍ୟାଚରେ ଭାରତ ଓ ପାକିସ୍ତାନ ପରସ୍ପରକୁ ଭେଟିଥିଲେ । ପାକିସ୍ତାନ ବିପକ୍ଷରେ ଭାରତ ଦମଦାର ବିଜୟ ହାସଲ କରିଛି। 5 ୱିକେଟରେ ପକିସ୍ତାନକୁ ହରାଇ ବିଜୟରୁ ଅଭିଯାନ ଆରମ୍ଭ କରିଛି ଭାରତ। ଟିମର ଏ ସଫଳତା ପାଇଁ ସବୁଠୁ ଉତ୍ସବ । ବାଜାବାଣ ନାଚରେ କମ୍ପିଥିଲା ଅଞ୍ଚଳ। ଭାରତର ଏହି ବିଜୟରେ ଏନସିପି ମୁଖ୍ୟ ଶରଦ ପାୱାର ଖୁସି ମନାଇଛନ୍ତି । ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବିଜୟ ସଟ ପରେ ହାତ ଟେକି ଖୁସି ମନାଇଥିଲେ ଶରଦ ପାୱାର । ଡାଇନିଙ୍ଗ ଟେବୁଲ ଉପରେ ବସି ପରିବାର ସହ ମ୍ୟାଚ ଦେଖୁଥିବାବେଳେ ଏପରି ପ୍ରତିକ୍ରିୟା ଦେଖାଇଥିଲେ ଶରଦ ପାୱାର । ଯାହାର ଭିଡିଓ ଭାଇରାଲ ହେଉଛି।

ABOUT THE AUTHOR

...view details