କେଦାରନାଥରେ ହେଲିକପ୍ଟରର ହାର୍ଡ ଲ୍ୟାଣ୍ଡିଂ, ଚିନ୍ତା ପ୍ରକଟ କଲା DGCA - କେଦାରନାଥରେ ହେଲିକପ୍ଟର ଅବତରଣ
ଡେରାଡୁନ: କେଦାରନାଥ ଠାରେ ଗତ ୩୧ ତାରିଖରେ ଏକ ହେଲିକପ୍ଟର ଅବତରଣ ସମୟରେ ବଡ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଥିଲା । ହେଲିକପ୍ଟରଟି ହାର୍ଡ ଲାଣ୍ଡିଂ କରିଥିଲା । ପ୍ରଥମେ ଏହା ଦୋହଲିବା ପରେ ମାଟିରେ ଧକ୍କା ଖାଇ ପୁଣିଥରେ ଉପରକୁ ଉଠିଥିଲା । ହେଲେ ସୌଭାଗ୍ୟବଶତଃ ଏଥିରେ କାହାର କୌଣସି କ୍ଷତି ହୋଇନଥିଲା । କେଦାରନାଥରେ ହେଲିକପ୍ଟରର ଏଭଳି ହାର୍ଡ ଲାଣ୍ଡିଂ ସମୟର ଭିଡିଓ ଭାଇରାଲ ହେବା ପରେ ଡିଜିସିଏ ଏହି ଘଟଣାକୁ ଗମ୍ଭୀରତାର ସହ ନେଇଛନ୍ତି ଏବଂ ଭିନ୍ନ ଭିନ୍ନ ମାର୍ଗଦର୍ଶିକା ଜାରି କରିଛନ୍ତି । ମାର୍ଗଦର୍ଶିକାରେ ସୁରକ୍ଷା ମାପଦଣ୍ଡକୁ କଡାକଡି ପାଳନ କରିବାକୁ କୁହାଯିବା ସହ ଏହି ଘଟଣାର ଯାଞ୍ଚ ଆରମ୍ଭ ହୋଇଛି । ଦେଖନ୍ତୁ କିପରି ଥିଲା ହେଲିକପ୍ଟର ଅବତରଣ ସମୟର ଦୃଶ୍ୟ