ପରିବେଶ ପ୍ରଦୂଷଣ ରୋକିବାକୁ ବାର୍ତ୍ତା, ମାଟି ତିଆରି ଗଣେଶ ମୂର୍ତ୍ତି ବାଣ୍ଟିଲେ ଶିଳ୍ପୀ - ଧରାପୃଷ୍ଠରେ ବିରାଜିବେ ଅଗ୍ରପୂଜ୍ୟ ଗଜାନନ
ଦୁଇ ଦିନ ପରେ ଧରାପୃଷ୍ଠରେ ବିରାଜିବେ ଅଗ୍ରପୂଜ୍ୟ ଗଜାନନ Ganesh puja 2022 । ଏଥିପାଇଁ ସବୁଠି ପ୍ରସ୍ତୁତି ଜୋରସୋରରେ ଚାଲିଛି । ବିଭିନ୍ନ ସ୍ଥାନରେ ପ୍ଲାଷ୍ଟର ପ୍ୟାରିସରେ ମୂର୍ତ୍ତି ତିଆରି କରି କେମିକାଲ ଯୁକ୍ତ ରଙ୍ଗ ଦେଇ ବିକ୍ରି ହେଉଥିବା ଦେଖିବାକୁ ମିଳିଛି । ଯାହା ପରିବେଶରେ ପ୍ରଭାବ ପକାଇଥାଏ । ଚଳିତ ବର୍ଷ ଗଣେଶ ପୂଜାକୁ ନିଆରା ଢଙ୍ଗରେ ପାଳିବା ପାଇଁ 100ଟି ମାଟି ମୂର୍ତ୍ତି ପ୍ରସ୍ତୁତ କରି ଲୋକଙ୍କ ବାଣ୍ଟିଛନ୍ତି ଜଟଣୀର ଶିଳ୍ପୀ ଏଲ ଇଶ୍ବର ରାଓ Sculptors Distribute Clay Idols for Ganesh Puja । ବିନା ମୂଲ୍ୟରେ ମୂର୍ତ୍ତି ବଣ୍ଟନ କରି ପ୍ରଦୂଷଣ ପ୍ରତି ସଚେତନ ରହିବାକୁ ବାତ୍ତା ଦେଇଛନ୍ତି । ଇଟିଭି ଭାରତ, ଖୋର୍ଦ୍ଧା