ଓଡିଶା

odisha

ପାଣି ସୁଅରେ ନାଳକୁ ଓଲଟିଲା ସ୍କୁଲ ବସ୍

By

Published : Jul 19, 2022, 3:46 PM IST

ଡେରାଡୁନ: ଉତ୍ତରାଖଣ୍ଡ ଚମ୍ପାୱତ ଅନ୍ତର୍ଗତ ଟନକପୁରରେ ଆଜି ସକାଳେ ଏକ ଅଘଟଣ ଘଟିଛି । ବାଟରେ ଯାଉଥିବା ସମୟରେ ପାଣି ସୁଅରେ ନାଳକୁ ଓଲଟି ପଡିଛି ଏକ ସ୍କୁଲ ବସ୍ । ମାତ୍ର ସୌଭାଗ୍ୟବଶତଃ ବସ୍‌ରେ କୌଣସି ଛାତ୍ରଛାତ୍ରୀ ନଥିଲେ । କେବଳ ଡ୍ରାଇଭରଙ୍କ ସମେତ ୨ ଜଣ ଏଥିରେ ଥିଲେ । ଯଦ୍ବାରା ଏକ ବଡ ଅଘଟଣ ଘଟିବାରୁ ରକ୍ଷା ହୋଇଯାଇଛି । ତେବେ ସ୍ଥାନୀୟ ଲୋକେ ବସ୍‌ ଭିତରେ ଡ୍ରାଇଭର ଓ ହେଲ୍ପରଙ୍କୁ ସୁରକ୍ଷିତ ଭାବେ ନାଳରୁ ଉଦ୍ଧାର କରିଥିବାର ଜଣାପଡିଛି । ଦେଖନ୍ତୁ ନାଳରେ ବସ୍‌ ଓଲଟିବା ସମୟରେ ଭିଡିଓ

ABOUT THE AUTHOR

...view details