ସୁଦର୍ଶନଙ୍କ ବାଲୁକାକଳାର ଅନନ୍ୟ ନିଦର୍ଶନ, ୧୨ ପ୍ରକାର ଫଳରେ ମା' ଦୁର୍ଗା - ବାଲୁକା ଚିତ୍ରଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ
ପୁରୀ: ଆରମ୍ଭ ହୋଇଛି ନବରାତ୍ରୀ ପୂଜା । ମା'ଙ୍କ ଆଗମନକୁ ନେଇ ଚଳଚଞ୍ଚଳ ପୁରପଲ୍ଲୀ । ପବିତ୍ର ଦୁର୍ଗାପୂଜା ଅବସରରେ ନିଆରା ଢଙ୍ଗରେ ସମସ୍ତଙ୍କୁ ଶୁଭେଚ୍ଛା ଦେଇଛନ୍ତି ବାଲୁକା ଚିତ୍ରଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ । 12 ପ୍ରକାର ଫଳକୁ ନେଇ ବାଲୁକା ଚିତ୍ରକଳା କରିଛନ୍ତି । ଯାହାକି ବେଶ ଆକର୍ଷଣୀୟ ହୋଇଛି । ଏହି ଚିତ୍ରକଳାର ଉଚ୍ଚତା ୭ ଫୁଟ ରହିଥିବା ବେଳେ ଏଥିରେ ୭ଟନ ବାଲି ବ୍ୟବହାର ହୋଇଛି । ବେଳାଭୂମିରେ ଏହି ଆକର୍ଷଣୀୟ ବାଲୁକା ଚିତ୍ର କଳା ଦେଖିବାକୁ ପର୍ଯ୍ୟଟକଙ୍କ ବେଶ୍ ଭିଡ଼ ଜମିଥିଲା ।