ଓଡିଶା

odisha

By

Published : Apr 21, 2022, 9:53 PM IST

ETV Bharat / videos

World Earth Day: ବାଲୁକାକଳା ମାଧ୍ୟମରେ ସଚେତନତା

ପୁରୀ: ୱାର୍ଲ୍ଡ଼ ଆର୍ଥ ଦିବସ ଉପଲକ୍ଷେ ଆନ୍ତର୍ଜାତିକ ବାଲୁକା ଶିଳ୍ପୀ ମାନସ କୁମାର ସାହୁ ପୁରୀ ଲାଇଟ ହାଉସ ବେଳାଭୂମିରେ ବାଲୁକାକଳା ନିର୍ମାଣ କରିଛନ୍ତି । ଏବର୍ଷର ଥିମକୁ ଆଧାର କରି ବାଲୁକା କଳା ନିର୍ମାଣ ହୋଇଛି । ପୃଥିବୀକୁ ସରସ ସୁନ୍ଦର କରିବା ପାଇଁ ସମସ୍ତେ ପ୍ରୟାସ କରିବା ଦରକାର ବୋଲି ଏହି କଳାରେ ଦର୍ଶାଇଛନ୍ତି । ଏହି ବାଲୁକା କଳାଟି ୧୨ ଫୁଟ ଓସାର ବିଶିଷ୍ଟ ଏଥିରେ ୧୨ଟନ ବାଲି ଉପଯୋଗ କରାଯାଇଛି । ଏହାକୁ ନିର୍ମାଣ କରିବାକୁ ମାନସ ସାହୁଙ୍କୁ ୭ ଘଣ୍ଟା ସମୟ ଲାଗିଥିଲା । ଏଥିରେ ସେ ‘‘World Earth Day’’ର ବାର୍ତ୍ତା ଦେଇଛନ୍ତି । ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details