ଓଡିଶା

odisha

ETV Bharat / videos

ଦଶପଲ୍ଲା କୁଆଁରିଆ ମହୋତ୍ସବରେ ଗୀତ ଗାଇଲେ ପରିବହନ ମନ୍ତ୍ରୀ - padmanabha behera in dashapalla kuanria festival

By

Published : Apr 23, 2022, 9:25 PM IST

ନୟାଗଡ଼: ନୟାଗଡ଼ ଜିଲ୍ଲା ଦଶପଲ୍ଲା କୁଆଁରିଆ ମହୋତ୍ସବରେ ଗୀତ ଗାଇଲେ ମନ୍ତ୍ରୀ ପଦ୍ମନାଭ ବେହେରା । ଲଙ୍କାପୋଡ଼ି ଯାତ୍ରା ଅବସରରେ କୁଆଁରୀଆ ମହୋତ୍ସବର ଦ୍ୱିତୀୟ ସନ୍ଧ୍ୟାରେ ପରିବହନ ବିଭାଗ ମନ୍ତ୍ରୀ ପଦ୍ମନାଭ ବେହେରା ଏକ ସୁନ୍ଦର ଭଜନ ଗାଇ ଉପସ୍ଥିତ ଦର୍ଶକଙ୍କ ମନୋରଞ୍ଜନ କରିବା ସହ ପ୍ରଶଂସା ପାଇଛନ୍ତି । ଏହି ଅବସରରେ ମନ୍ତ୍ରୀ କହିଥିଲେ, ସଂସ୍କୃତି, ପରମ୍ପରାକୁ ଆମକୁ ବଞ୍ଚାଇ ରଖିବାକୁ ହେବ । ଏହି କୁଆଁରିଆ ମହୋତ୍ସବର ଦ୍ୱିତୀୟ ସନ୍ଧ୍ୟାରେ ଦଶପଲ୍ଲା ବିଧାୟକ ରମେଶ ବେହେରା, ନୟାଗଡ଼ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଦେବାଶିଷ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ । ଦଶପଲ୍ଲାରେ ଲଙ୍କାପୋଡ଼ି ଯାତ୍ରା ଅବସରରେ ହଜାର ହାଜର ଦର୍ଶକଙ୍କ ଭିଡ଼ ଜମୁଛି । ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ABOUT THE AUTHOR

...view details