ରାଇରଙ୍ଗପୁରରେ ରଥାରୂଢ ହେଲେ ତିନି ଠାକୁର - ରାଇରଙ୍ଗପୁରରେ ରଥାରୂଢ ହେଲେ ତିନି ଠାକୁର
ରାଇରଙ୍ଗପୁର: ଆଜି ବିଶ୍ବ ପ୍ରସିଦ୍ଧ ଘୋଷଯାତ୍ରା। ପ୍ରଭୁ ଜଗନ୍ନାଥ ଭାଇ ବଳଭଦ୍ର ଓ ଭଉଣୀ ସୁଭଦ୍ରାଙ୍କ ସହିତ ତାଙ୍କ ରତ୍ନ ସିଂହାସନ ଛାଡି ବଡ଼ଦାଣ୍ଡକୁ ଆସି ରଥାରୂଢ଼ ହୋଇଛନ୍ତି। ଦୀର୍ଘ ଦୁଇ ବର୍ଷପରେ ଭକ୍ତ ଓ ଭଗବାନଙ୍କ ଅପୂର୍ବ ମିଳନ ହୋଇଛି। ଏହି ଅବସରରେ ରାଇରଙ୍ଗପୁର ବଡ଼ଦାଣ୍ଡ ଆଜି ଉତ୍ସବ ମୁଖର ହୋଇ ଉଠିଛି। ଆଜି ଭୋରରୁ ପ୍ରଭୁଙ୍କ ମଙ୍ଗଳ ଆଳତି, ମୈଲମ, ଅବକାଶ, ସୂର୍ଯ୍ୟପୂଜା, ଦ୍ଵାରପାଳ ପୂଜା ଓ ରୋସ ହୋମ ଇତ୍ୟାଦି କାର୍ଯ୍ୟ ସମ୍ପର୍ଣ୍ଣ ପରେ ତିନି ଠାକୁରଙ୍କ ପହଣ୍ଡି ଆରମ୍ଭ ହୋଇଛି। ଶଙ୍ଖ, ଘଣ୍ଟ, ବାଦ୍ୟ, ହୁଳହୁଳି ଧ୍ବନିରେ ପ୍ରକମ୍ପିତ ହୋଇଉଠିଛି ପୁରା ପରିବେଶ। ତିନି ଠାକୁରଙ୍କ ଏହି ଦିବ୍ୟ ଦର୍ଶନ କରି ଭାବ ବିହ୍ବଳ ହେଲେ ଭକ୍ତ। ଇଟିଭି ଭାରତ, ରାଇରଙ୍ଗପୁର