ଓଡିଶା

odisha

By

Published : Jul 1, 2022, 5:33 PM IST

ETV Bharat / videos

Watch Video: ତୁଳସୀକ୍ଷେତ୍ରରେ ତିନିଠାକୁରଙ୍କ ପହଣ୍ଡି ବିଜେ

କେନ୍ଦ୍ରାପଡା: ଆଜି ହେଉଛି ପବିତ୍ର ରଥଯାତ୍ରା । ରଥାରୂଢ ହୋଇ ବଡଭାଇ ବଳଭଦ୍ର ଓ ଭଉଣୀ ସୁଭଦ୍ରାଙ୍କୁ ନେଇ ଜନ୍ମ ବେଦୀକୁ ଯିବେ କାଳିଆ ସାଆନ୍ତ । ଦୀର୍ଘ ୨ବର୍ଷ ପରେ ଭକ୍ତଙ୍କ ଗହଣରେ ରଥଯାତ୍ରା ଅନୁଷ୍ଠିତ ହେଉଥିବାରୁ ତୁଳସୀକ୍ଷେତ୍ରରେ ଭରି ରହିଛି ଉତ୍ସାହ । ନିର୍ଦ୍ଧାରିତ ସମୟସୂଚୀରେ ସାମାନ୍ୟ ବ୍ୟତିକ୍ରମ ହୋଇଥିଲେ ହେଁ ଅପରାହ୍ନ ୩ଘଟିକାରୁ ତିନି ଠାକୁରଙ୍କୁ ଧାଡି ପହଣ୍ଡିରେ ନିଆଯାଇଛି । ରତ୍ନବେଦୀରେ ମଙ୍ଗଳ ଆଳତୀ, ଧୂପ, ଖେଚୁଡ଼ି ଭୋଗ ପରେ ଏବେ ତିନି ଠାକୁରଙ୍କୁ ରଥଦାଣ୍ଡ ଏବଂ ରଥ ଚତୁଃପାର୍ଶ୍ଵରେ ପରିକ୍ରମା କରି ରଥକୁ ଯିବେ ବଡ଼ ବାଡ଼ ମଣିମା ବଳଦେବଜୀଉ, କାଳିଆ ଠାକୁର ଓ ଭଉଣୀ ସୁଭଦ୍ରା ।

ABOUT THE AUTHOR

...view details