Watch Video: କଟକରେ ମହାପ୍ରଭୁଙ୍କ ରଥଯାତ୍ରା
କଟକ: ଆଜି ହେଉଛି ପବିତ୍ର ଗୁଣ୍ଡିଚା ଯାତ୍ରା । କଟକ ସହରର ପ୍ରମୁଖ ୩ଟି ସ୍ଥାନ ଚାନ୍ଦିନୀ ଚୌକ, ଦୋଳ ମୁଣ୍ଡେଇ ଓ ରାଣୀହାଟ ଆଦି ଅଞ୍ଚଳରେ ବେଶ ଆଡ଼ମ୍ବରରେ ପାଳିତ ହୋଇଛି ରଥଯାତ୍ରା । ସମସ୍ତ ରୀତିନୀତି ଅନୁସାରେ ୩ ରଥରେ ରଥାରୂଢ଼ ହୋଇଛନ୍ତି ମହାପ୍ରଭୁ ଜଗନ୍ନାଥ, ବଡ଼ଭାଇ ବଳଭଦ୍ର ଓ ଭଉଣୀ ସୁଭଦ୍ରା । ତେବେ କଟକରେ ଏହି ଆଡ଼ମ୍ବର ପୂର୍ଣ୍ଣ ରଥଯାତ୍ରା କାହିଁ କେତେ କାଳରୁ ପାଳିତ ହୋଇ ଆସୁଛି । ସହରର ଏକତା ମଧ୍ୟରେ ରଥଯାତ୍ରା ପାଳନ କରିବା ଏକ ନିଆରା ପ୍ରଥା ବୋଲି କହିଛନ୍ତି ଜିଲ୍ଲାପାଳ ଓ କମିଟି ସଦସ୍ୟ । ତେବେ ରଥ ଟାଣି ମହାପ୍ରଭୁଙ୍କ କରୁଣା ଲାଭ କରିବା ଆଶାରେ ରହିଛନ୍ତି କଟକବାସୀ ।