ଓଡିଶା

odisha

ETV Bharat / videos

ଅକ୍ଷୟ ତୃତୀୟାରେ ରାଇରଙ୍ଗପୁରରେ ରଥକାଠ ଅନୁକୂଳ

By

Published : May 3, 2022, 12:50 PM IST

Updated : May 3, 2022, 2:14 PM IST

ରାଇରଙ୍ଗପୁର: ଆଜି ପବିତ୍ର ଅକ୍ଷୟ ତୃତୀୟା । ବୈଶାଖ ମାସ ଶୁକ୍ଳପକ୍ଷ ତୃତୀୟା ତିଥିକୁ ଅକ୍ଷୟ ତୃତୀୟା ବୋଲି କୁହାଯାଏ । ଏହି ଅବସରରେ ମୟୂରଭଞ୍ଜ ରାଇରଙ୍ଗପୁର ସହରର ଜଗନ୍ନାଥ ମନ୍ଦିରରେ ରଥଯାତ୍ରା ପାଇଁ ରଥକାଠ ଅନୁକୂଳ ହୋଇଛି । ଜଗନ୍ନାଥ ମନ୍ଦିରର ମୁଖ୍ୟ ପୂଜକ ପ୍ରଭାତ ସମୟରେ ଦ୍ଵାରପାଳ ପୂଜା, ସୂର୍ଯ୍ୟ ପୂଜା, ରସହୋମ ପରେ ମହାପ୍ରଭୁଙ୍କ ନୀତିକାନ୍ତି ସମାପନ କରିଥିଲେ । ଏହାପରେ ମନ୍ଦିର ବେଢ଼ା ମଧ୍ୟରେ ନୂତନ ରଥକାଠର ପୂଜାର୍ଚ୍ଚନା କରି ରଥ କାର୍ଯ୍ୟର ଅନୁକୂଳ କରିଥିଲେ । ଏ ଅବସରରେ ମୋରୋଡା ବିଧାୟକ ରାଜକିଶୋର ଦାସ, ରାଇରଙ୍ଗପୁର ପୌରପରିଷଦ ଅଧ୍ୟକ୍ଷ ଅଭିଷେକ ପଟ୍ଟନାୟକ, ରଥ ଡାହୁକ ଓ କିଛି ସେବାୟତ ଉପସ୍ଥିତ ଥିଲେ। ଗତ ଦୁଇ ବର୍ଷ ଧରି କୋରୋନା କଟକଣା ଯୋଗୁଁ ସହରର ମୁଖ୍ୟ ମାର୍ଗରେ ରଥଟଣା କାର୍ଯ୍ୟ ହୋଇ ପାରିନଥିଲା । ତେଣୁ ଭକ୍ତ ମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଭାବ ଦେଖା ଦେଇଥିଲା । କିନ୍ତୁ ଚଳିତ ବର୍ଷ ରଥଟଣା କାର୍ଯ୍ୟ ବହୁ ସୁରୁଖୁରୁରେ ହେବ ବୋଲି ମନ୍ଦିରର ମୁଖ୍ୟ ପୂଜକ ଆଶାବାଦୀ ଅଛନ୍ତି । ରାଇରଙ୍ଗପୁରରୁ ସଞ୍ଜୟ କୁମାର ପରିଡା, ଇଟିଭି ଭାରତ
Last Updated : May 3, 2022, 2:14 PM IST

ABOUT THE AUTHOR

...view details