ଓଡିଶା

odisha

ETV Bharat / videos

ରଥ ଉପରେ ସାଆନ୍ତେ, ତଳେ ନାଚିଲେ ହନୁମାନ

By

Published : Jul 12, 2021, 12:26 PM IST

Updated : Jul 12, 2021, 2:34 PM IST

ମହାପ୍ରଭୁଙ୍କ ଘୋଷ ଯାତ୍ରା ବିନା ଭକ୍ତରେ ଅନୁଷ୍ଠିତ ହେଉଛି। ତେବେ ମହାପ୍ରଭୁଙ୍କ ରଥ ଆଗରେ ଅନେକ ନୃତ୍ୟ ଶିଳ୍ପୀ ନୃତ୍ୟ କରି ଅପାର ଆନନ୍ଦ ପାଇବା ସହ ନିଜକୁ ମହାପ୍ରଭୁଙ୍କ ଚରଣାବିନ୍ଦରେ ସମର୍ପି ଦିଅନ୍ତି । ଏମିତି ଜଣେ ହେଉଛିନ୍ତି ନୟାଗଡ଼ର ଘନଶ୍ୟାମ ବେହେରା। ସେ ହନୁମାନ ବେଶ ହୋଇ ନୃତ୍ୟ କରନ୍ତି ମହାପ୍ରଭୁଙ୍କ ରଥଯାତ୍ରାରେ । ଏଥର କୋଭିଡ କଟକଣା ଅନେକ ନୃତ୍ୟ ଶିଳ୍ପୀଙ୍କୁ ପ୍ରଶାସନ ଅନୁମତି ଦେଇ ନ ଥିବା ବେଳେ ତାଙ୍କୁ ଅନୁମତି ମିଳିଥିବା ହେତୁ ସେ ନିଜକୁ ବେଶ ଭାଗ୍ୟବାନ ମନେ କରିବା ସହ ମହାପ୍ରଭୁଙ୍କ ର ଏହା ଆଶୀର୍ବାଦ ବୋଲି କହିଛନ୍ତି। ସେପଟେ ମହାପ୍ରଭୁଙ୍କ ରଥ ଆଗରେ ମୟୁରଭଞ୍ଜ ରୁ ଆସିଥିବା ବାବା ଭୈରବା ନନ୍ଦ ସରସ୍ବତୀ ଏକ 10 ଫୁଟିଆ ଵିଶାଳ ମହାପ୍ରଭୁଙ୍କ ଉଦେଶ୍ୟ ଜାଳିଛନ୍ତି। ସେ ପ୍ରତିବର୍ଷ ରଥଯାତ୍ରା ଆସି ଏହି ବଡ଼ ଧୂପ କାଠି ଜାଳିଥାନ୍ତି। ମହୀଶୂରରୁ ସ୍ବତନ୍ତ୍ର ଭାବେ ଏକ ଧୂପ କାଠି କମ୍ପାନୀରୁ ସେ ଏହାର ଅର୍ଡର ଦିଅନ୍ତି।
Last Updated : Jul 12, 2021, 2:34 PM IST

ABOUT THE AUTHOR

...view details