ଓଡିଶା

odisha

ETV Bharat / videos

ଶ୍ରୀରାମ ବେଶରେ ଦର୍ଶନ ଦେଉଛନ୍ତି ଭକ୍ତ - ଶ୍ରୀରାମ ବେଶରେ ଦର୍ଶନ ଦେଉଛନ୍ତି ଭକ୍ତ

By

Published : Jul 6, 2022, 8:51 AM IST

ସୁବର୍ଣ୍ଣପୁର: ସୋନପୁର ଗଡଜାତର ମହାପ୍ରଭୁ ଜଗନ୍ନାଥ ରାମଙ୍କ ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି। ସେହିପରି ଶ୍ରୀ ବଳଭଦ୍ର ଲକ୍ଷ୍ମଣ ବେଶ ଧାରଣ କରିଛନ୍ତି। ନୃସିଂହ ଦେବ ମନ୍ଦିରରେ ବେନି ଭାଇ ବେଶ ଧାରଣ କରିଛନ୍ତି। ଏହି ଅବସରରେ ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ ମିଳିଛି। ଗୁଣ୍ଡିଚା ମନ୍ଦିରରେ ବେନି ଭାଇ ଭଉଣୀ ଦେବୀ ସୁଭଦ୍ରାଙ୍କ ସହିତ ଅବସ୍ଥାନ ବେଳେ ଭିନ୍ନଭିନ୍ନ ବେଶ ଧାରଣ କରି ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଉଛନ୍ତି। ଅପରପକ୍ଷେ ମନ୍ଦିର କମିଟି ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ଶୃଙ୍ଖଳିତ ଦର୍ଶନ ପାଇଁ ଜିଲ୍ଲା ପୋଲିସ ବିଭାଗ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି। ଆଜି ପ୍ରଭୁ ଜଗନ୍ନାଥ କୃଷ୍ଣ ଓ ବଳଭଦ୍ର ବଳରାମ ବେଶ ଧାରଣ କରି ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେବେ। ଏନେଇ ଶ୍ରୀ ଗୁଣ୍ଡିଚା ଯାତ୍ରା କମିଟି ଓ ଦେବୋତ୍ତର ବିଭାଗ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ଇଟିଭି ଭାରତ, ସୁବର୍ଣ୍ଣପୁର

ABOUT THE AUTHOR

...view details