ଓଡିଶା

odisha

By

Published : Jun 15, 2022, 4:22 PM IST

ETV Bharat / videos

ଓଟିଡିସିରେ ଜମୁଛି ରଜର ଆସର, ଦୋଳି ସହ ରଜପାନ ଖାଇ ଖୁସି ମନାଉଛନ୍ତି କୁଆଁରୀ

ଭୁବନେଶ୍ବର : ଚାରିଆଡେ ଦୋଳି, ପୋଡ଼ପିଠା ଓ ପାନରେ ପାଳିତ ହେଉଛି ଓଡ଼ିଶାର ଗଣପର୍ବ ରଜ । ଆଜି ରଜ ସଂକ୍ରାନ୍ତି । ତିନିଦିନ ଧରି ପାଳନ ହେଉଥିବା ରଜ ପର୍ବର ୨ୟ ଦିନ। ଏନେଇ ଗାଁରୁ ସହର ପୋଡ଼ପିଠାରେ ମହକୁଛି ପରିବେଶ । ନୂଆ ପୋଷାକ ପିନ୍ଧି, ପାଦରେ ଅଳତା ଲଗାଇ ଶୃଙ୍ଗାର କରି ରଜ ଦୋଳିର ଆନନ୍ଦ ଉଠାଉଛନ୍ତି କୁଆଁରୀ ଝିଅ । ଏହି କ୍ରମରେ ଭୁବନେଶ୍ବରରେ ଓଟିଡିସି ପକ୍ଷରୁ ରଜ ମହୋତ୍ସବ ବେଶ ଧୁମଧାମରେ ଚାଲୁଛି । ରଜ ଗୀତ, ରଜ ପାନ ଆଉ ରଜ ଗୀତ ସହିତ ପିଠାପଣାରେ ଉଛୁଳି ପଡୁଛି ଓଟିଡିସି । ଭୁବନେଶ୍ବର, ଇଟିଭି ଭାରତ

ABOUT THE AUTHOR

...view details