ଦ୍ରୌପଦୀଙ୍କ ବାସଭବନରେ ଉତ୍ସବର ମାହୋଲ, ଜିତିବା ଖୁସିରେ ପାରମ୍ପରିକ ନୃତ୍ୟ - ଦ୍ରୌପଦୀଙ୍କ ବାସଭବନରେ ଉତ୍ସାହର ମାହୋଲ
ରାଇରଙ୍ଗପୁର: ଆଉ କିଛି ସମୟର ଅପେକ୍ଷା, ଭାରତକୁ ମିଳିବ ନୂଆ ରାଷ୍ଟ୍ରପତି । ରାଇରଙ୍ଗପୁର ମାଟିର ଆଦିବାସୀ ମହିଳା ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ହେବେ ଏ ନେଇ ନିଶ୍ଚିତ ଅଛନ୍ତି ରାଇରଙ୍ଗପୁରବାସୀ । ଏନେଇ ଦ୍ରୌପଦୀ ମୁର୍ମୁଙ୍କ ବାସଭବନରେ ଭିଡ଼ ଜମିଛି । ଦ୍ରୌପଦୀଙ୍କ ସମ୍ପର୍କୀୟଙ୍କ ସହ ସ୍ଥାନୀୟ ଲୋକେ, ବିଜେପ ନେତା, କାର୍ଯ୍ୟକର୍ତ୍ତା ଓ ରାଇରଙ୍ଗପୁର ବିଧାୟକ ନବ ଚରଣ ମାଝୀ ମଧ୍ୟ ଉପସ୍ଥିତ ଅଛନ୍ତି । ଫଳାଫଳ ଆସିବା ନେଇ ରାଇରଙ୍ଗପୁର ସହର ଆଜି ଉତ୍ସବ ମୁଖର ହୋଇଉଠିଛି । ଦ୍ରୌପଦୀ ନିଶ୍ଚିତ ଭାବେ ବିଜୟୀ ହେବା ଖୁସିରେ ପାରମ୍ପରିକ ନୃତଗୀତରେ କମ୍ପୁଛି ଦ୍ରୌପଦୀ ମୁର୍ମୁଙ୍କ ବାସଭବନ ।
Last Updated : Jul 21, 2022, 3:04 PM IST