ସଂସଦ ଭବନ ନିର୍ମାଣରେ ନିୟୋଜିତ ଶ୍ରମିକଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ ମୋଦି - ସଂସଦ ନିର୍ମାଣ ଶ୍ରମିକଙ୍କ ସହ କଥା ହେଲେ ମୋଦି
ନୂଆଦିଲ୍ଲୀ: ନୂଆ ସଂସଦ ଭବନ ନିର୍ମାଣ କାର୍ଯ୍ୟରେ ନିୟୋଜିତ ଥିବା ଶ୍ରମିକଙ୍କ ସହ କଥାବାର୍ତ୍ତା ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ଅବସରରେ କର୍ମଚାରୀଙ୍କ ଭଲମନ୍ଦ କଥା ବୁଝିଛନ୍ତି । ତା ସହିତ ସାଧାରଣ ଘର ନିର୍ମାଣ ସଂସଦ ଗୃହ ନିର୍ମାଣ ମଧ୍ୟରେ କିଛି ପାର୍ଥକ୍ୟ ରହିଛି କି ନାହିଁ ତାହା ପଚାରି ବୁଝିଛନ୍ତି ମୋଦି । ସେଣ୍ଟ୍ରାଲ ଭିସ୍ତା ପ୍ରକଳ୍ପ ଅଧିନରେ ବର୍ତ୍ତମାନର ସଂସଦ ଭବନର ଠିକ ନିକଟରେ ଏହି ନୂତନ ତଥା ଅତ୍ୟାଧୁନିକ ସଂସଦ ଭବନ ନିର୍ମାଣ କରାଯାଉଛି । ପ୍ରଧାନମନ୍ତ୍ରୀଙ୍କ ଏହାଏକ ଡ୍ରିମ୍ ପ୍ରୋଜେକ୍ଟ ବୋଲି କୁହାଯାଉଛି । ନୂତନ ସଂସଦର ଛାତ ଉପରେ ବ୍ରୋଞ୍ଜରେ ନିର୍ମିତ ଜାତୀୟ ସଙ୍କେତ (ଅଶୋକ ସ୍ତମ୍ଭ)କୁ ଉନ୍ମୋଚନ କରିଛନ୍ତି ନରେନ୍ଦ୍ର ମୋଦି । ଏହି ବିଶାଳ ଜାତୀୟ ସଙ୍କେତ ସମ୍ପୂର୍ଣ୍ଣ ବ୍ରୋଞ୍ଜରେ ନିର୍ମିତ ହୋଇଛି ।