ପଟିଦିଅଁଙ୍କ ମଙ୍ଗଳ ଆଳତୀ - puri news
ଦେବସ୍ନାନ ପୂର୍ଣ୍ଣିମାରେ ୧୦୮ ଗରା ଜଳରେ ମହାସ୍ନାନ ପରେ ଜ୍ବରରେ ପୀଡ଼ିତ ଶ୍ରୀଜିଉ । ମହିମାମଣି ଅଣସର ଘରେ ରହିଥିବାରୁ ମୁଖ୍ୟ ମନ୍ଦିରରେ ପଟିଦିଅଁ ପୂଜା ପାଉଛନ୍ତି । ନବ ଯୌବନରେ ଠାକୁର ଦର୍ଶନ ଦେବା ପର୍ଯ୍ୟନ୍ତ ପଟିଦିଅଁ ପୂଜା ପାଇବେ । ଫଳରେ ପତିତପାବନଙ୍କ ସ୍ଥାନରେ ପଟିଦିଅଁଙ୍କ ମଙ୍ଗଳ ଆଳତୀ କରାଯାଉଛି । ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ସ୍ଥାନରେ ଅନନ୍ତ ନାରାୟଣ, ଭାଇ ବଳଭଦ୍ରଙ୍କ ସ୍ଥାନରେ ଅନନ୍ତ ବାସୁଦେବ ଓ ଦେବୀ ସୁଭଦ୍ରାଙ୍କ ସ୍ଥାନରେ ପୂଜା ପାଉଛନ୍ତି ମା ଭୁବନେଶ୍ବରୀ । ତେବେ ପଟ୍ଟଚିତ୍ର ଧାରାରେ ଠାକୁରଙ୍କ ଚିତ୍ର ଅଙ୍କା ଅଙ୍କାଯାଇଥିବା କାରଣରୁ ଅଣସର କାଳରେ ପୂଜିତ ପଟ୍ଟଚିତ୍ର, ଠାକୁରଙ୍କ ଦେଉଳି ଭାଷାରେ ପଟିଦିଅଁ କୁହାଯାଏ ।