ଜଳବନ୍ଦୀ 300 ପରିବାର, ଦେଖନ୍ତୁ ଗ୍ରାଉଣ୍ଡ୍ ଜିରୋ ରିପୋର୍ଟ - ପଟାପାରିଆରେ ପହଞ୍ଚି ପାରିନି ପ୍ରଶାସନ
ମହାବାତ୍ୟା ୟସ ଚାଲିଯାଇଛି ସତ କିନ୍ତୁ କେନ୍ଦ୍ରାପଡ଼ା ରାଜନଗର ଅଞ୍ଚଳରେ ରଚିଯାଇଛି ମହାତାଣ୍ଡବ। ବାତ୍ୟାରେ ରାଜନଗର ବ୍ଲକର ୧୫ଟି ପଞ୍ଚାୟତର ୯୧ଟି ଗାଁ ପ୍ରଭାବିତ ହୋଇଥିବାବେଳେ ଏବେ ମଧ୍ୟ ଅନେକ ଗାଁ ଜଳବନ୍ଦୀ ଅବସ୍ଥାରେ ରହିଛନ୍ତି । କେବଳ ସେତିକି ନୁହେଁ, ପ୍ରଶାସନିକ ସୁବିଧା ସୁଯୋଗରୁ ବଞ୍ଚିତ ହୋଇ ଲୁଣିପାଣି ଭିତରେ ପଶି ବିଭିନ୍ନ ପ୍ରକାର କାର୍ଯ୍ୟ କରିବା ପାଇଁ ଯାଆ ଆସ କରିବାକୁ ବାଧ୍ୟ ହେଉଛନ୍ତି। ପାନୀୟଜଳ ଯୋଗାଣ ପାଇଁ କେନ୍ଦ୍ରାପଡ଼ା ଜିଲ୍ଲା ବିପର୍ଯ୍ୟୟ ପ୍ରଶମନ ଦାୟିତ୍ବରେ ଥିବା ହେମନ୍ତ ଶର୍ମା କହିଥିବାବେଳେ ଏମାନେ ପାଣିଘେରରେ କୁମ୍ଭୀରକୁ ନଡ଼ରି ଯାଆ ଆସ କରିବାକୁ ବାଧ୍ୟ ହୋଇଛନ୍ତି। ତେବେ କଣ ରହିଛି କେନ୍ଦ୍ରାପଡ଼ା ରାଜନଗର ବ୍ଲକ ରଙ୍ଗଣି ପଞ୍ଚାୟତ ପଟାପାରିଆ ଗାଁର ଚିତ୍ର ଓ ସେମାନେ କେତେ ହୋଇଛନ୍ତି ପ୍ରଭାବିତ, ସେ ନେଇ ଅଧିକ ସୂଚନା ଦେଉଛନ୍ତି ଆମ କେନ୍ଦ୍ରାପଡ଼ା ପ୍ରତିନିଧି।
Last Updated : May 27, 2021, 10:23 PM IST