କଳାହାଣ୍ଡିରେ ଧୁମ୍ଧାମରେ ପର୍ଶୁରାମ ଜୟନ୍ତୀ ପାଳିତ - ପର୍ଶୁରାମ ଜୟନ୍ତୀ ଉତ୍ସବ
ଭବାନୀପାଟଣା: କଳାହାଣ୍ଡିରେ ପର୍ଶୁରାମ ଜୟନ୍ତୀକୁ ନେଇ ଶୋଭାଯାତ୍ରା । ଆଜି ପର୍ଶୁରାମ ଜୟନ୍ତୀକୁ ନେଇ ଚଳଚଞ୍ଚଳ କଳାହାଣ୍ଡି । ଭଗବାନ ବିଷ୍ଣୁଙ୍କ ଅବତାର ରୂପେ ପର୍ଶୁରାମଙ୍କୁ ପୂଜାର୍ଚ୍ଚନା କରାଯାଇଥାଏ । ଭବାନୀପାଟଣାରେ କଳାହାଣ୍ଡି ବ୍ରାହ୍ମଣ ସମୂହ ପକ୍ଷରୁ ଭବ୍ୟ ଆୟୋଜନ କରାଯାଇଛି । ସହରର ଜଗନ୍ନାଥ ମନ୍ଦିରରୁ ଏକ ବାଇକ୍ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା ପରେ ଜଗନ୍ନାଥ ମନ୍ଦିର ଯଜ୍ଞ ଆୟୋଜନ ହୋଇଥିଲା । ଏହାସହ ଏକ ସାଧାରଣ ସଭା ମଧ୍ୟ ଅନୁଷ୍ଠିତ ହୋଇଥିଲା । ଜଗତର ମଙ୍ଗଳ କାମନାକୁ ନେଇ ଅନୁଷ୍ଠିତ ଯଜ୍ଞରେ ଜିଲ୍ଲା ଓ ଜିଲ୍ଲା ବାହାରୁ ଅନେକ ବ୍ରାହ୍ମଣ ସମାଜ କର୍ମକର୍ତ୍ତା ସାମିଲ ହୋଇଥିଲେ । କଳାହାଣ୍ଡିରୁ ଅଜିତ କୁମାର ସିଂ, ଇଟିଭି ଭାରତ