ପଖାଳ ଖାଇବାକୁ ଭଲ ପାଆନ୍ତି ଦ୍ରୌପଦୀ ମୁର୍ମୁ
ରାଇରଙ୍ଗପୁର: ରାଇରଙ୍ଗପୁରର ଆଦିବାସୀ ଇଲାକାରୁ ରାଇସିନା ହିଲ୍ । ଦେଶର ସର୍ବୋଚ୍ଚ ସାମ୍ବିଧାନିକ ପଦବୀରେ ଅଭିଷିକ୍ତ ହୋଇଛନ୍ତି ଓଡିଆ ଆଦିବାସୀ ମହିଳା ଦ୍ରୌପଦୀ ମୁର୍ମୁ । ଯାହାକୁ ନେଇ କେବଳ ଓଡିଶା କାହିଁକି ସମଗ୍ର ଦେଶରେ ଖେଳି ଯାଇଛି ଆନନ୍ଦର ଲହରୀ । ସମସ୍ତଙ୍କ ମୁହଁରେ ଗୋଟିଏ ଚର୍ଚ୍ଚା । ତେବେ ଆସନ୍ତା ୨୫ ତାରିଖରେ ନବ ନିର୍ବାଚିତ ରାଷ୍ଟ୍ରପତିଙ୍କ ଶପଥ ଗ୍ରହଣ ଉତ୍ସବ ଥିବାବେଳେ ନିଜର ପିଉସୀ ଦ୍ରୌପଦୀ ମୁର୍ମୁଙ୍କ ସମ୍ପର୍କରେ ଇଟିଭି ଭାରତ ସହ ଆଲୋଚନା କରିଛନ୍ତି ପୁତୁରା ବୋହୂ ଦୁଲାରୀ ଟୁଡୁ । ପିଉସୀ ଗାଁକୁ ଆସିଲେ ସମସ୍ତଙ୍କ ସହ ମିଶନ୍ତି । ସେ ପଖାଳ ଖାଇବାକୁ ଖୁବ୍ ଭଲ ପାଆନ୍ତି ବୋଲି ପୁତୁରା ବୋହୂ କହିଛନ୍ତି । ଇଟିଭି ଭାରତ, ରାଇରଙ୍ଗପୁର