ବରୁଣେଇ ପାଦଦେଶରେ ଶୁଭୁଛି ପାଇକ ଗର୍ଜନ - ପାଇକ ବିଦ୍ରୋହ ପ୍ରଥମ ସ୍ବାଧୀନତା ସଂଗ୍ରାମ
ଖୋର୍ଦ୍ଧା: ଦିନେ ବରୁଣେଇ ପାଦଦେଶରୁ ଇଂରେଜଙ୍କ ବିରୁଦ୍ଧରେ ସଂଗ୍ରାମ ଡାକରା ଦେଇଥିଲେ ବୀର ପାଇକ । ଆଜି ସେହି ସ୍ଥାନରେ ପାଇକ ବିଦ୍ରୋହକୁ ପ୍ରଥମ ସ୍ବାଧୀନତା ସଂଗ୍ରାମର ମାନ୍ୟତା ଦାବିରେ ଶହ ଶହ ପାଇକଙ୍କ ଗର୍ଜନ ଶୁଭୁଛି । ପ୍ରଥମ ସ୍ବାଧୀନତା ସଂଗ୍ରାମ ମାନ୍ୟତା ସାଙ୍ଗରୁ ଓଡ଼ିଶାରେ ପାଇକ ରେଜିମେଣ୍ଟ ଗଠନ, ଖୋର୍ଦ୍ଧାର ପ୍ରସ୍ତାବିତ ପାଇକ ସ୍ମାରକୀ ସ୍ଥାନକୁ ବିନା ମୂଲ୍ୟରେ ଜମି ଯୋଗାଇ ଦେବା ପାଇଁ ପାଇକମାନେ ଦାବି କରିଛନ୍ତି । ଏହି ପରିପ୍ରେକ୍ଷୀରେ ଓଡିଶା ବୀର ମହାସଙ୍ଘ ପକ୍ଷରୁ ଆଜି ବରୁଣେଇ ପାଦଦେଶରୁ ବିଶାଳ ରାଜ୍ୟସ୍ତରୀୟ ଜନଗର୍ଜନ ପାଇକ ଆଖଡ଼ା ସମାବେଶ, ଶୋଭାଯାତ୍ରା ଓ ପ୍ରତିବାଦ ସଭା ଆରମ୍ଭ ହୋଇଛି । ଏହି ସମାବେଶ ଖୋର୍ଦ୍ଧାରୁ ଆରମ୍ଭ ହୋଇ ଆଜି ଭୁବନେଶ୍ବରରେ ପହଞ୍ଚିବ । ସମାବେଶରେ ହଜାର ହଜାର ପାଇକ ମେଳି କରିବେ । ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ