Independence day, ମାଓ ପ୍ରବଣ ଜିଲ୍ଲାରେ ଜାତୀୟ ପତାକା ଉଡ଼ାଇଲେ ଆଇନ ମନ୍ତ୍ରୀ - ଫୁଲବାଣୀରେ ସ୍ବାଧୀନତା ଦିବସ
ମାଓ ପ୍ରବଣ କନ୍ଧମାଳ ଜିଲ୍ଲାରେ ଜାତୀୟ ପତାକା ଉଡ଼ାଇଲେ ଆଇନ ମନ୍ତ୍ରୀ ଜଗନ୍ନାଥ ସାରକା । ସ୍ଥାନୀୟ ପୋଲିସ ପଡ଼ିଆରେ କଡା ସୁରକ୍ଷା ମଧ୍ୟରେ ୭୬ତମ ସ୍ବାଧୀନତା ଦିବସ ପାଳିତ ହୋଇଛି । ସଂଖ୍ୟା ଲଘୁ ସେଲ୍ ତଥା ଆଇନ ମନ୍ତ୍ରୀ ଜଗନ୍ନାଥ ସାରକା ଯୋଗଦେଇ ପତାକା ଉତ୍ତୋଳନ କରିଥିଲେ । ଏହି ଅବସରରେ ସ୍ଥାନୀୟ ପୋଲିସ ପଡିଆରେ କନ୍ଧମାଳ ଜିଲ୍ଲାପାଳ ଆଶିଷ ଇଶ୍ବର ପାଟିଲ, ଏସପି ଭିନିତ ଅଗ୍ରୱାଲଙ୍କ ସମେତ ଆଦିବାସୀ ଉନ୍ନୟନ ପ୍ରକଳ୍ପ ଅଧିକାରୀ ବିରେନ୍ଦ୍ର ଦାଶ ପ୍ରମୁଖ ଉପସ୍ଥିତ ଥିଲେ । ଇଟିଭି ଭାରତ, କନ୍ଧମାଳ