କଟକ ବାଙ୍କି ମୁଖ୍ୟ ରାସ୍ତାରେ ବନ୍ୟାଜଳ, ଆତଙ୍କିତ ସ୍ଥାନୀୟ ବାସିନ୍ଦା
କଟକବାସୀଙ୍କୁ ଅଣାୟତ କଲାଣୀ ମହାନଦୀର ବନ୍ୟାଜଳ । ଫଳରେ କଟକ ବାଙ୍କି ମୁଖ୍ୟ ରାସ୍ତା ଉପରେ ଏବେ ବନ୍ୟା ଜଳ ପ୍ରବାହିତ ହେଉଛି । କାଇମୁଣ୍ଡି ପାଥପୁର ମଝି ଗଡାଣିର ରାସ୍ତା ଉପରେ ୨ ଫୁଟର ବନ୍ୟାଜଳ ପ୍ରବାହିତ । ବନ୍ୟାଜଳ ମାଡି ଯିବାରୁ ଉକ୍ତ ଅଞ୍ଚଳର ଅନେକ ଲୋକ ଜଳବନ୍ଦୀ ଅବସ୍ଥାରେ ଥିବାବେଳେ ପରିବା ଚାଷ ବିଶେଷ ଭାବେ ନଷ୍ଟ ହେବାର ଆଶଙ୍କା ।