ଓଡିଶା

odisha

ETV Bharat / videos

ବାହୁଡିଲେ ମଣି ବିଗ୍ରହ: ଆସନ୍ତାକାଲି ରଘୁନାଥ ବେଶ ସହ ନୀଳାଦ୍ରି ବିଜେ - ବାହୁଡିଲେ ମଣି ବିଗ୍ରହ

By

Published : Jul 11, 2022, 10:57 PM IST

କେନ୍ଦ୍ରାପଡା : ଆଜି ମନ୍ଦିର ପାଖରେ ପହଞ୍ଚିଲା କେନ୍ଦ୍ରାପଡାର ଆରାଧ୍ୟ ମହାପ୍ରଭୁ ବଳଦେବଜୀଉଙ୍କ ବ୍ରହ୍ମ ତାଳଧ୍ଵଜ ରଥ । ଚଳିତବର୍ଷ ରଥଯାତ୍ରାରେ ବ୍ୟାପକ ତ୍ରୁଟି ପରିଲକ୍ଷିତ ହୋଇଥିବା ବେଳେ ଗୁଣ୍ଡିଚା ଯାତ୍ରା ଏବଂ ବାହୁଡା ଯାତ୍ରା ସମୟରେ ବ୍ରହ୍ମ ତାଳଧ୍ଵଜ ରଥ କେବଳ ବାମ ମୋଡ଼ ନେଉଥିବାରୁ ହାଇଡ୍ରୋଲିକ ମେସିନର ସହାୟତା ନେଇଥିଲା ଜିଲ୍ଲା ପ୍ରଶାସନ। ତେବେ ପରମ୍ପରାରେ ବାଧା ସୃଷ୍ଟି ହୋଇଥିବା ବେଳେ ମହାପ୍ରଭୁଙ୍କ ନୀତିକାନ୍ତି ସଠିକ ଭାବରେ କରାଯାଉଥିବା କହିଛନ୍ତି ସେବାୟତ। ଗତକାଲି ରଥ ଚକଡ଼ା ଲାଗିବା ପରେ ମହାପ୍ରଭୁଙ୍କ ରଘୁନାଥ ବେଶ ଅନୁଷ୍ଠିତ ହେବାର ବିଧି ରହିଥିବା ବେଳେ ଆଜି ସନ୍ଧ୍ୟାରେ ରଥ ଚକଡ଼ା ଲାଗିବା ପରେ ରଥ ଉପରେ ମହାପ୍ରଭୁଙ୍କ ରଘୁନାଥ ବେଶ ମଧ୍ୟ ଅନୁଷ୍ଠିତ ହୋଇପାରିନାହିଁ। ମଣିବିଗ୍ରହ ହୋଇଥିବା ଦୃଷ୍ଟିରୁ କେନ୍ଦ୍ରାପଡ଼ାରେ ସୁନାବେଶ ହୋଇ ନ ଥାନ୍ତି ମହାପ୍ରଭୁ ବଳଦେବଜୀଉ,ପ୍ରଭୁ ଜଗନ୍ନାଥ ଓ ଦେବୀ ସୁଭଦ୍ରା। ଆଜି ଯଥାରୀତି ନୀତି ସମାପନ ପରେ ଆସନ୍ତାକାଲି ପୂର୍ବାହ୍ନରେ ରଘୁନାଥ ବେଶ ସହ ରାତିରେ ଅଧର ପଣା କାର୍ଯ୍ୟକ୍ରମ କରି ନୀଳାଦ୍ରି ବିଜେ ନୀତି ଅନୁଷ୍ଠିତ ହେବ ବୋଲି ସୂଚନା ମିଳିଛି। ଇଟିଭି ଭାରତ,କେନ୍ଦ୍ରାପଡା

ABOUT THE AUTHOR

...view details