ଓଡିଶା

odisha

ETV Bharat / videos

ଆରମ୍ଭ ହେଲା ନାଇଟ କର୍ଫ୍ୟୁ: ଜୋରଦାର ଚାଲିଛି ଚେକିଂ - ଓଡିଶାରେ ନାଇଟ କର୍ଫ୍ୟୁ

By

Published : Jan 8, 2022, 11:52 AM IST

କେନ୍ଦ୍ରାପଡ଼ା:ରାଜ୍ୟର ସମସ୍ତ ସହରାଞ୍ଚଳରେ ଗତକାଲିଠୁ(ଶୁକ୍ରବାର) ଆରମ୍ଭ ହୋଇଛି ନାଇଟ କର୍ଫ୍ୟୁ(night curfew)। କୋଭିଡର ତୃତୀୟ ଲହରକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ନୂଆ କୋଭିଡ ଗାଇଡ ଲାଇନ ଅନୁସାରେ ରାତି 9ଟାରୁ ନାଇଟ କର୍ଫ୍ୟୁ ଲାଗୁ ହୋଇଛି, ଯାହା ଭୋର 5ଟା ଯାଏଁ ବଳବତ୍ତର ରହିବ । ଏପଟେ ଛକ, ବଜାର ଅଞ୍ଚଳରେ ଜୋରଦାର ଚେକିଂ ଆରମ୍ଭ କରିଛି ପୋଲିସ । କେନ୍ଦ୍ରାପଡ଼ା ସହରର ତିନିମୁହାଣୀ, ନୂଆ ବସଷ୍ଟାଣ୍ଡ, ପୁରୁଣା ବସଷ୍ଟାଣ୍ଡ, ବଡହାଟ ଆଦି ଅଞ୍ଚଳରେ ମାଇକିଙ୍ଗ ମାଧ୍ୟମରେ ପୋଲିସ ଲୋକମାନଙ୍କୁ କର୍ଫ୍ୟୁ ସମ୍ବନ୍ଧୀୟ ସଚେତନ କରିବା ପରେ ଅମାନିଆଙ୍କୁ ସାବାଡ଼ କରିବା ପାଇଁ ଆରମ୍ଭ କରିଛି ବ୍ଲୁ ପ୍ରିଣ୍ଟ। ତେବେ କିଭଳି ଅଛି କେନ୍ଦ୍ରାପଡ଼ା ସହରରେ ନାଇଟ କର୍ଫ୍ୟୁ, ସେନେଇ ଅଧିକ ସୂଚନା ଦେଉଛନ୍ତି ଆମ କେନ୍ଦ୍ରାପଡା ପ୍ରତିନିଧି ରାଧାକାନ୍ତ ମହାନ୍ତି ।

ABOUT THE AUTHOR

...view details