ପୁଅକୁ କେବେ ମୋ ଦୋକାନକୁ ଆସିବାକୁ ଦେଇନି: ଉମରାନଙ୍କ ବାପା
ଶ୍ରୀନଗର: "ମୁଁ କେବେ ଚାହୁଁନଥିଲି ମୋ ପୁଅ ପରିବା ବିକାଳି ହେଉ । ଏଥିପାଇଁ କେବେ ତାକୁ ଦୋକାନକୁ ଆସିବାକୁ ଦେଇନାହିଁ । ଭାରତୀୟ ଦଳରେ ମୋ ପୁଅ ସାମିଲ ହୋଇଛି । ଏଥିପାଇଁ ମୁଁ ବହୁତ ଖୁସୀ । ସାରା ଦେଶରୁ ତାଙ୍କୁ ସ୍ନେହ ଭଲ ପାଇବା ମିଳୁଛି । ଉମରାନ ଜଣେ ପରିଶ୍ରମୀ ପିଲା । ପିଲାଟି ବେଳୁ କ୍ରିକେଟର ପ୍ରତି ତାର ରୁଚି ଥିଲା । ଜଣେ ଭଲ କ୍ରିକେଟର ହେବାପାଇଁ ସେ ଯାହା ମାଗିଛି ମୁଁ ତାକୁ ଦେଇଛି ।" ଦକ୍ଷିଣ ଆଫ୍ରିକା ବିପକ୍ଷରେ ଟି-୨୦ ସିରିଜ ପାଇଁ ଭାରତୀୟ ଦଳରେ ସାମିଲ ଯୁବ ଫାଷ୍ଟ ବୋଲର ଉମରାନ୍ ମଲିକ ହେବାପରେ ଏହା କହିଛନ୍ତି ତାଙ୍କ ବାପା ଅବଦୁଲ ରାଶିଦ । ଅବଦୁଲ ଜମ୍ମୁର ଶହୀଦ ଚୌକରେ ଏକ ପରିବା ଦୋକାନ କରି ପରିବାର ଭରଣପୋଷଣ କରନ୍ତି । ଉମରାନ୍ ମଲିକ ଭାରତୀୟ ଦଳରେ ସାମିଲ ହେବାପରେ ତାଙ୍କ ଅଞ୍ଚଳରେ ଉତ୍ସବର ମାହୋଲ ରହିଥିଲା । ଆଇପିଏଲ୍ରେ ଚମତ୍କାର ପ୍ରଦର୍ଶନ ପରେ ଭାରତୀୟ ଦଳରେ ସୁଯୋଗ ପାଇଛନ୍ତି ଫାଷ୍ଟ ବୋଲର ଉମରାନ ମଲିକ । ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ
TAGGED:
What Umran father wants