ଓଡିଶା

odisha

ETV Bharat / videos

ରଣପୁର ନିର୍ବାଚନ ମଣ୍ଡଳୀ ଯୁବ ବିଜେଡି ପକ୍ଷରୁ ସାମ୍ବାଦିକ ସମ୍ମିଳନୀ - ଯୁବ ବିଜେଡି ପକ୍ଷରୁ ସାମ୍ବାଦିକ ସମ୍ମିଳନୀ

By

Published : May 29, 2022, 8:03 PM IST

ନୟାଗଡ଼: ନୟାଗଡ଼ ଜିଲ୍ଲାର ରଣପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବଜ୍ରକୋଟ ଗ୍ରାମ ପଞ୍ଚାୟତ ସ୍ଥିତ ମା' ଅସୁରକୁମାରୀ ପୀଠ ପରିସରରେ ରଣପୁର ନିର୍ବାଚନ ମଣ୍ଡଳୀ ଯୁବ ବିଜେଡ଼ି ପକ୍ଷରୁ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ସମ୍ମିଳନୀରେ ରଣପୁର ନିର୍ବାଚନ ମଣ୍ଡଳୀ ଯୁବ ବିଜେଡିର ଆଗାମୀ କାର୍ଯ୍ୟପନ୍ଥା ସମ୍ପର୍କରେ ଏବଂ ସାଧାରଣ ନିର୍ବାଚନ ପୂର୍ବରୁ ଯୁବ ବିଜେଡିର ଭୂମିକା ସମ୍ପର୍କରେ ସୂଚନା ଦିଆଯାଇଛି । ଏପରିକି ଅନାମଧେୟଙ୍କ ବ୍ୟକ୍ତିଙ୍କ ନାମକୁ ନେଇ ଦଳ ବିଭକ୍ତିକରଣକୁ ବନ୍ଦ ପାଇଁ ପ୍ରୟାସ ସହ ଦଳରେ ରହି ଦଳର ବିରୋଧାତ୍ମକ କାର୍ଯ୍ୟରେ ଲିପ୍ତଥିବା ବ୍ୟକ୍ତି ବିଶେଷଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ସୂଚନା ଦିଆଯାଇଛି । କାର୍ଯ୍ୟକ୍ରମରେ ରଣପୁର ବ୍ଲକ ଯୁବ ବିଜେଡି ସାଧାରଣ ସମ୍ପାଦକ ସୌମେନ୍ଦ୍ର କୁମାର ସ୍ୱାଇଁ, ନୟାଗଡ଼ ଜିଲ୍ଲା ଯୁବ ବିଜେଡି ସମ୍ପାଦକ ସୁଧାଂଶୁ ଶେଖର ପ୍ରଧାନ, ବିଭୂତି ଭୂଷଣ ଲେଙ୍କା, ରାଜସୁନାଖଳା ଜୋନ ଯୁବ ବିଜେଡି ସଭାପତି ଶ୍ରୀକାନ୍ତ କୁମାର ମହାପାତ୍ର, ଯୁବ ବିଜେଡି ନେତା ଆକାଶ କୁମାର ପାଣି ପ୍ରମୁଖ ବହୁ ବିଜେଡି କାର୍ଯ୍ୟକର୍ତ୍ତା ଯୋଗଦେଇଥିଲେ l ଇଟିଭି ଭାରତ, ନୟାଗଡ଼

ABOUT THE AUTHOR

...view details