Odisha Investors Meet: ଓଡ଼ିଶାରେ ନିବେଶର ଫାଇଦା ବୁଝାଇଲେ ମୁଖ୍ୟମନ୍ତ୍ରୀ
ହାଇଦ୍ରାବାଦ: ମେକ୍ ଇନ୍ ଓଡ଼ିଶା କନ୍କ୍ଲେଭ୍ ତୃତୀୟ ସଂସ୍କରଣ ପୂର୍ବରୁ ହାଇଦ୍ରାବାଦରେ ଅନୁଷ୍ଠିତ ହୋଇଛି ଶେଷ ଓଡ଼ିଶା ନିବେଶକ ସମ୍ମିଳନୀ (Odisha Investors Meet in Hyderabad)। ଏହାପୂର୍ବରୁ ମୁଖ୍ୟମନ୍ତ୍ରୀ ୩୨ ଜଣ ପୁଞ୍ଜିପତିଙ୍କ ସହ ଓଡ଼ିଶାରେ ନିବେଶ କରିବାକୁ ନେଇ ଆଲୋଚନା କରିଥିଲେ । ଏହାପରେ ହାଇଦ୍ରାବାଦରେ ଆୟୋଜିତ ଓଡ଼ିଶା ନିବେଶକ ସମ୍ମିଳନୀରେ ନବୀନ ପଟ୍ଟନାୟକ ନିବେଶକଙ୍କ ପାଇଁ ଉଦବୋଧନ ଦେଇଛନ୍ତି । ଆଗାମୀ ୧୦ ବର୍ଷରେ ଓଡ଼ିଶା ଉଚ୍ଚ ଅଭିବୃଦ୍ଧି ହାସଲ କରିବ ବୋଲି ଆଶା ପୋଷଣ କରିଛନ୍ତି ମୁଖ୍ୟମନ୍ତ୍ରୀ । ଷ୍ଟାର୍ଟଅପ୍ ବ୍ୟବସ୍ଥାକୁ ରାଜ୍ୟ ସରକାର ଲଗାତାର ସହଯୋଗ କରି ଆସୁଛନ୍ତି । ଏହାର ଫଳ ସ୍ବରୂପ ଦେଶ ପ୍ରମୁଖ ଆଇଟି କମ୍ପାନୀ ଭୁବନେଶ୍ବରରେ ନିଜର ସେଣ୍ଟର ଖୋଲିଛନ୍ତି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।