ଓଡିଶା

odisha

ETV Bharat / videos

ଫୁଲବାଣୀରେ ମହମ୍ମଦଙ୍କ ଜୟନ୍ତୀ ପାଳିତ - ସହରବାସୀଙ୍କୁ ଶାନ୍ତି ଓ ମୈତ୍ରୀର ବାର୍ତ୍ତା

By

Published : Oct 9, 2022, 7:41 PM IST

ଫୁଲବାଣୀରେ ମହମ୍ମଦଙ୍କ ଜୟନ୍ତୀ ପାଳିତ ହୋଇଯାଇଛି । ସହରର ମୁସଲମାନ ସମ୍ପ୍ରଦାୟର ଲୋକେ ଧୁମଧାମରେ ଏହି ଜୟନ୍ତୀ ପାଳନ କରିଥିଲେ । ଏହାସହ ସହରବାସୀଙ୍କୁ ଶାନ୍ତି ଓ ମୈତ୍ରୀର ବାର୍ତ୍ତା ଦେଇଛନ୍ତି । ଏହି ଅବସରରେ ଫୁଲବାଣୀର ସମସ୍ତ ମୁସଲମାନ ଭାଇମାନେ ଆଜି ସ୍ଥାନୀୟ ବଜାର ମସଜିଦ ଠାରୁ ଏକ ଶାନ୍ତି ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରିଥିଲେ । ପରେ ମହମ୍ମଦ ଜୟନ୍ତୀ ଉପଲକ୍ଷେ ହୋଇଥିବା ବିଭିନ୍ନ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥବା ଶିଶୁମାନଙ୍କୁ ପୁରସ୍କାର ବଣ୍ଟନ ଓ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ଇଟିଭି ଭାରତ, କନ୍ଧମାଳ

ABOUT THE AUTHOR

...view details