ବରଫ ଓଢଣୀରେ ସଜେଇ ହୋଇଛି ଭୂସ୍ବର୍ଗ - ଭୂସ୍ବର୍ଗରେ ପ୍ରକୃତିର ପ୍ରାଣକେନ୍ଦ୍ର
ଭୂ-ସ୍ବର୍ଗ କାଶ୍ମୀର । ଏହାର ସୌନ୍ଦର୍ଯ୍ୟ ଅବବର୍ଣ୍ଣନୀୟ । ଯିଏ ଥରେ ଏହି ସ୍ଥାନକୁ ଯାଏ ସେ ତାର ମାୟା ଜାଲରେ ପଡିଯାଇଛି । କାରଣ ଏଠାକାର ପାଣି ପବନରେ ଭରି ରହିଛି ପ୍ରେମ ଓ ବଞ୍ଚିବାର ଏକ ନିଆରା ଅନ୍ଦାଜ । ସେଥିପାଇଁ ତ ପ୍ରତିବର୍ଷ ଏଠାକୁ ଛୁଟେ ପର୍ଯ୍ୟଟକଙ୍କ ସୁଅ । ଏବେ ଏଠାକାର ପ୍ରବଳ ତୁଷାରପାତ ଓ ସୂର୍ଯ୍ୟଙ୍କ ସୁନେଲି କିରଣ ସମସ୍ତଙ୍କୁ ପ୍ରକୃତି ପ୍ରେମରେ ବାନ୍ଧି ଦେଉଛି ।