୧୫ ଦିନରେ ୨ଟି ଏଭରେଷ୍ଟର ଯାତ୍ରା ଶେଷ କଲେ ପର୍ବତାରୋହୀ ସବିତା
ଉତ୍ତରକାଶୀ: ମାଉଣ୍ଟ ଏଭରେଷ୍ଟ ପରେ ମାଉଣ୍ଟ ମକାଲୁରେ ପହଞ୍ଚି ପତକା ଉଡାଇଲେ ପର୍ବତା ରୋହି ସବିତା କନସ୍ବାଲ । ୧୫ ଦିନ ମଧ୍ୟରେ ଏହି ସଫଳତା ହାସଲ କରି ନୂତନ ରେକର୍ଡ କରିଛନ୍ତି । ୧୨ମେ ରେ ସେ ବିଶ୍ବର ସର୍ବୋଚ୍ଚ ଉଚ୍ଚତମ ମାଉଣ୍ଟ ଏଭରେଷ୍ଟରେ ପହଞ୍ଚିଥିଲେ । ଏହାପରେ ମେ ୨୮ରେ ମାଉଣ୍ଟ ମକାଲୁର ଶିର୍ଷରେ ପହଞ୍ଚିଥିଲେ । ୨୫ ବର୍ଷରେ ଏହି ସଫଳତା ହାସଲ କରିଛନ୍ତି ଉତ୍ତରାଖଣ୍ଡର ପର୍ବତା ରୋହି ସବିତା କନସ୍ବାଲ ।