ବାନରଙ୍କ ନୈଶ୍ୟଭୋଜି: ହାତଚାଟି ଖାଇଲେ ଖିରି - ମାଙ୍କଡଙ୍କ ଭୋଜି ଖିଆ
କୋଲାମ: ଆଜି ପବିତ୍ର ଓନାମ ପର୍ବ । ବହୁ ଜାକଜମକରେ ପାଳନ କରୁଛନ୍ତି କେରଳବାସୀ । ତେବେ ଓନାମ ପୂର୍ବରୁ କୋଲାମରେ ଏକ ନିଆରା ଦୃଶ୍ୟ ଦେଖିବାକୁ ମିଳିଥିଲା । ଏକ ମନ୍ଦିରରେ ଦଳବଦ୍ଧ ହୋଇ କେତେକ ମାଙ୍କଡ ଭୋଜି ଖାଉଥିବାର ଦେଖିବାକୁ ମିଳିଥିଲା । କେରଳବାସୀଙ୍କ ମୁଖ୍ୟ ପର୍ବ ଓନାମ ପୂର୍ବରୁ ଏକ ନୈଶ୍ୟ ଭୋଜି ଆୟୋଜନ କରାଯାଇଥାଏ । ଯାହାକୁ ଉଥରାଡୋମ ବୋଲି କୁହାଯାଏ । ଏହି ଦିନ ପରିବାରଲୋକେ ମିଳିମିଶ ଭୋଜନ କରୁଥିବାର ନଜର ରହିଥିବା ବେଳେ ସାଶସ୍ଥମକୋଟ୍ଟା ମନ୍ଦିରରେ ମାଙ୍କଡଙ୍କ ପାଇଁ ଆୟୋଜନ ହୋଇଛି ଏକ ଶାନଦାର ଭୋଜି । ଗତ 35 ବର୍ଷ ଧରି ଏହି ମନ୍ଦିରରେ ଏଭଳି ଆୟୋଜନ ହୋଇଆସୁଛି । ଦଳବଦ୍ଧ ଭାବେ ମାଙ୍କଡମାନେ ଏହି ଭୋଜନ ଖାଇ ଖୁବ ଆନନ୍ଦ ମଧ୍ୟ ଉଠାଇଛନ୍ତି ।
Last Updated : Sep 11, 2019, 3:35 PM IST