OdishaAssembly: ଜ୍ଞାନମଣ୍ଡଳର ପୁନଃରୁଦ୍ଧାର ପାଇଁ ବିଧାୟକ ବିଷ୍ଣୁ ସେଠୀଙ୍କ ଦାବି - MLA Vishnu Sethi demanded in the Assembly
ଭୁବନେଶ୍ବର: ଜନସାଧାରଣଙ୍କ ମଧ୍ୟରେ ଜ୍ଞାନର ପ୍ରସାର କରିବା ତଥା ଓଡିଆ ଭାଷାର ବିକାଶ ପାଇଁ 60 ବର୍ଷ ତଳେ ବିଶିଷ୍ଟ ଗାନ୍ଧୀବାଦୀ ବିନୋଦ କାନୁନଗୋଙ୍କ ଦ୍ବାରା ସ୍ଥାପିତ ଜ୍ଞାନମଣ୍ଡଳ ଅନୁଷ୍ଠାନର ପୁନଃରୁଦ୍ଧାର ପାଇଁ ଆଜି ବିଧାନସଭାରେ ଦାବୀ କରିଛନ୍ତି ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ । ସେହିପରି ଗୋପାଳ ଚନ୍ଦ୍ର ପ୍ରହରାଜଙ୍କ ଦ୍ବାରା ସଙ୍କଳିତ ଦୁଇଟି ମୂଲ୍ୟବାନ ପୁସ୍ତକ ପୂର୍ଣ୍ଣଚନ୍ଦ୍ର ଭାଷାକୋଷ ଓ ଓଡିଆ ଜାତିର ଅସ୍ମିତା ପୁସ୍ତକର ସଂରକ୍ଷଣ ଓ ବ୍ୟାପ୍ତି ଦିଗରେ ସରକାର ପଦକ୍ଷେପ ନେବାକୁ ବାଚସ୍ପତିଙ୍କୁ ନିବେଦନ କରିଥିଲେ ବିଷ୍ଣୁ ସେଠୀ । ଦେଖନ୍ତୁ କଣ କହୁଛନ୍ତି ବିଷ୍ଣୁ ସେଠୀ ।
TAGGED:
GyanMandal Cuttack