ଓଡିଶା

odisha

ETV Bharat / videos

ବରେଲିରେ ପୋଲିସକୁ ପିଟିଲେ ମନ୍ତ୍ରୀଙ୍କ ପୁତୁରା, ଭିଡିଓ ଭାଇରାଲ - ଉତ୍ତରପ୍ରଦେଶର ରାଜ୍ୟମନ୍ତ୍ରୀ ଅରୁଣ ସକ୍ସେନା

By

Published : Jun 11, 2022, 11:58 AM IST

ଲକ୍ଷ୍ନୌ: ମନ୍ତ୍ରୀ ପୁତୁରାଙ୍କ ଦାଦାଗିରି । ଉତ୍ତରପ୍ରଦେଶର ରାଜ୍ୟମନ୍ତ୍ରୀ ଅରୁଣ ସକ୍ସେନାଙ୍କ ପୁତୁରା ଓ ତାଙ୍କ ସହଯୋଗୀ ଜଣେ ହୋମଗାର୍ଡ ପ୍ଲାଟୁନ କମାଣ୍ଡରଙ୍କ ଉପରେ ଆକ୍ରମଣ କରୁଥିବାର ଏକ ଭିଡ଼ିଓ ଭାଇରାଲ ହେବାରେ ଲାଗିଛି । ଭିଡ଼ିଓରେ ଦେଖିବାକୁ ମିଲିଛି ଯେ, ମନ୍ତ୍ରୀଙ୍କ ପୁତୁରା ଅମିତ କୁମାର ତାଙ୍କର କିଛି ସହଯୋଗୀଙ୍କ ସହ ହୋମଗାର୍ଡ କମାଣ୍ଡରଙ୍କ ଉପରକୁ ହାତ ଉଠାଇବା ସହ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରୁଛନ୍ତି । ତେବେ ଏନେଇ କମାଣ୍ଡର ଓମେନ୍ଦ୍ର ପାଲ ସିଂ ଇଜ୍ଜତ ନଗର ଥାନାରେ ଅଭିଯୋଗ କରିଛନ୍ତି । ଅଭିଯୋଗ ଆଧାରରେ ମନ୍ତ୍ରୀଙ୍କ ପୁତୁରା ଏବଂ ତାଙ୍କ ସହଯୋଗୀକୁ ଗିରଫ କରି କୋର୍ଟରେ ହାଜର କରାଯାଇଥିଲା । ଏହାପରେ ସେ ଜାମିନ ପାଇଛନ୍ତି ।

ABOUT THE AUTHOR

...view details