ଓଡିଶା

odisha

ETV Bharat / videos

Sawan Monday: ଗୁପ୍ତେଶ୍ୱର ଓ ବିଭିନ୍ନ ଶୈବପୀଠରେ ଶୁଭିଲା ବୋଲବମ୍ ଜପ

By

Published : Jul 18, 2022, 3:19 PM IST

କୋରାପୁଟ: ଆଜି ଶ୍ରାବଣ ମାସର ପ୍ରଥମ ସୋମବାର । ଏଥିଲାଗି ଜିଲ୍ଲାର ପ୍ରସିଦ୍ଧ ଶୈବପୀଠ ଗୁପ୍ତେଶ୍ବର ତଥା ବିଭିନ୍ନ ଶୈବପୀଠରେ କାଉଡ଼ିଆଙ୍କ ପ୍ରବଳ ଭିଡ଼ ଦେଖାଯାଇଛି । ରାଜ୍ୟର ବିଭିନ୍ନ ସ୍ଥାନରୁ ଏପରିକି ପଡ଼ୋଶୀ ଛତିଶଗଡ଼ ଓ ଆନ୍ଧ୍ରପ୍ରଦେଶରୁ ଅନେକ ଶ୍ରଦ୍ଧାଳୁ ହଜାର ହଜାର ସଂଖ୍ୟାରେ ଆସି ଗୁପ୍ତେଶ୍ବର ଠାରେ ଜଳାଭିଷେକ କରିଥିବା ବେଳେ ଜିଲ୍ଲାର ଗାଁ ଗଣ୍ଡା ଓ ସହରାଞ୍ଚଳରେ ଥିବା ମନ୍ଦିରର ଶିବଲିଙ୍ଗରେ ମଧ୍ୟ ବହୁ ଭକ୍ତ ଜଳାଭିଷେକ କରିଛନ୍ତି । ତେବେ ରାଜ୍ୟରେ କୋରୋନାର ପ୍ରାଦୁର୍ଭାବ ଧୀରେ ଧୀରେ ବଢୁଥିବା ଯୋଗୁଁ ଆଗକୁ ସରକାର ହଠାତ ବୋଲବମ ଯାତ୍ରାକୁ କୋଭିଡ଼ କଟକଣା ଲଗାଇ ବନ୍ଦ କରିବାର ସମ୍ଭାବନା ଥିବାରୁ ଭୟ ଭକ୍ତଙ୍କୁ ଗ୍ରାସ କରିଛି ବୋଲି ବୋଲବମ ଭକ୍ତ ମତ ରଖିଛନ୍ତି । ଇଟିଭି ଭାରତ, କୋରାପୁଟ

ABOUT THE AUTHOR

...view details