ଓଡିଶା

odisha

By

Published : Aug 17, 2022, 5:49 PM IST

ETV Bharat / videos

ବନ୍ୟା ବିତ୍ପାତ: ତେରମାଣପୁର ନିକଟ ମହାନଦୀରେ ଘାଇ, ପାଣି ଘେରରେ ହଜାର ହଜାର ଲୋକ

ଜଗତସିଂହପୁର: କୁଜଙ୍ଗ ବ୍ଲକ ଅନ୍ତର୍ଗତ ତେରମାଣପୁର ନିକଟରେ ବନ୍ୟା କାରଣରୁ ମହାନଦୀରେ ଏକ ଘାଇ ସୃଷ୍ଟି ହୋଇଛି । ଫଳରେ ତେରମାଣପୁର, କୋଟସାହିର ହଜାର ହଜାର ଲୋକେ ପାଣିଘେରରେ ରହିଛନ୍ତି । ମହାନଦୀରେ ଏହାକୁ ମିଶାଇ ତିନୋଟି ଘାଇ ସୃଷ୍ଟି ହୋଇସାରିଲାଣି । ମହାନଦୀର ଜଳସ୍ତର କ୍ରମାଗତ ଭାବେ ବୃଦ୍ଧି ପାଇବାରୁ ତେରାମାଣପୁର ନିକଟରେ ବନ୍ଧ ଭାଙ୍ଗିବାର ଆଶଙ୍କା ରହିଥିଲା । ପରେ ଦିନ ଗୋଟାଏ ସୁଦ୍ଧା ଏଠାରେ ବନ୍ଧ ଭାଙ୍ଗି ଯାଇଥିଲା । ଫଳରେ ହଜାର ହଜାର ଲୋକେ ଜଳ ବନ୍ଦୀ ଅବସ୍ଥାରେ ରହିଛନ୍ତି । ଜଳବନ୍ଦୀ ଅବସ୍ଥାରେ ରହିଥିବା ଅଞ୍ଚଳବାସୀ ମାନେ ଏଯାଏଁ କୌଣସି ସରକାରୀ ସୁବିଧା ପାଇ ନ ଥିବା ଅଭିଯୋଗ କରିଛନ୍ତି । ଇଟିଭି ଭାରତ, ଜଗତସିଂହପୁର

ABOUT THE AUTHOR

...view details