ଖ୍ରୀଷ୍ଟମାସରେ ଘରେ ବନାନ୍ତୁ ଚକୋଲେଟ୍ ଚିପ୍ ମଫିନ୍ସ - ଚକୋଲେଟ୍ ଚିପ୍ ମଫିନ୍ସ ରେସିପି
ହାଇଦ୍ରାବାଦ: ବଡ଼ଦିନ ଆସିଲେ ଆମର ସାଣ୍ଟା କ୍ଲଜ, ଚୋକଲେଟ, କେକ, କୁକିଜ କଥା ମନେପଡ଼େ। ଏହି ଦିନ ସମସ୍ତେ ନିଜ ନିଜ ଘରେ ବିଭିନ୍ନ ପ୍ରକାରର ଖାଦ୍ୟ ପ୍ରସ୍ତୁତ କରିଥାନ୍ତି। ଏହାସହ ପରସ୍ପରକୁ ବାଣ୍ଟିବା ପରମ୍ପରା ରହିଛି। ଏଥର ବଡ଼ଦିନରେ ଆପଣଙ୍କ ଘରକୁ ଆସୁଥିବା ଅତିଥିଙ୍କୁ ଟିକେ ଭିନ୍ନ ଧରଣରେ ସ୍ବାଗତ କରିବାକୁ ଚାହୁଁଛନ୍ତି କି ? ତେବେ ଘରେ ବନାନ୍ତୁ ଚକୋଲେଟ୍ ଚିପ୍ ମଫିନ୍ସ । ଆଉ ଡେରି ନକରି ଆସନ୍ତୁ ଜାଣିବା ଚକୋଲେଟ୍ ଚିପ୍ ମଫିନ୍ସର ପ୍ରସ୍ତୁତ ପ୍ରଣାଳୀ ।