ମୁଣ୍ଡଳୀରେ ୧୧ ଲକ୍ଷରୁ ଅଧିକ କ୍ୟୁସେକ ବନ୍ୟା ଜଳ ପ୍ରବାହିତ - ମହାନଦୀ ଓ କାଠଯୋଡ଼ିର ଜଳସ୍ତର ବୃଦ୍ଧି
ବଢୁଛି ମହାନଦୀ ଓ କାଠଯୋଡ଼ି ଜଳସ୍ଥର । ଆଜି ସକାଳ ୬ଟା ସୁଦ୍ଧା ଖଇରମାଳ ଦେଇ ୧୦ଲକ୍ଷ ୭୬ ହଜାର କିଉସେକ ଜଳ ନିଷ୍କାସିତ ହେଉଛି । ବରମୂଳ ଦେଇ ୧୨ଲକ୍ଷ ୬ ହଜାର ୨୫୦ କିଉସେକ ଜଳ ପ୍ରବହିତ ହେଉଛି । ମୁଣ୍ଡଳୀ ଦେଇ ୧୧ ଲକ୍ଷ ୩୬ ହଜାର ୯୩୬ କ୍ୟୁସେକ ଜଳ ନିଷ୍କାସିତ ହେଉଛି । ନରାଜ ଦେଇ କାଠ ଯୋଡି ନଦୀରେ ୫ ଲକ୍ଷ ୫୦ ହଜାର ୪୯୪ କିଉସେକ ବନ୍ୟା ଜଳ ନିଷ୍କାସିତ ହେଉଛି । ଆଜି ରାତି ସୁଦ୍ଧା ମୁଣ୍ଡଳୀ ବ୍ୟାରେଜ ଦେଇ ୧୨ ଲକ୍ଷ କିଉସେକ ଜଳ ପ୍ରବାହିତ ହେବା ନେଇ ପୂର୍ବନୁମାନ କରାଯାଇଛି ।