ଓଡିଶା

odisha

By

Published : Oct 2, 2022, 4:08 PM IST

ETV Bharat / videos

ଦଶହରାକୁ ନେଇ ଚଳଚଞ୍ଚଳ ଶ୍ରୀକ୍ଷେତ୍ର, ଗୋଷାଣୀ ଦେବୀଙ୍କ ମଣ୍ଡପରେ ମହାଷ୍ଟମୀ

ଦଶହରାକୁ ନେଇ ଚଳଚଞ୍ଚଳ ପୁରୀ ସହରର ଶକ୍ତିପୀଠ । ରବିବାର ମହାଷ୍ଟମୀ ଥିବାରୁ ଗୋଷାଣୀ ଦେବୀ ମଣ୍ଡପରେ ସମସ୍ତ ନୀତିକାନ୍ତି ଆରମ୍ଭ ହୋଇଯାଇଛି । କାହିଁ କେଉଁ କାଳରୁ ଦୂର୍ଗା ପୂଜା ସମୟରେ ମା' ଦୁର୍ଗାଙ୍କୁ ଗୋଷାଣୀ ଭାବେ ଏଠାରେ ପୂଜା କରାଯାଏ । ବିଶ୍ୱାସ ରହିଛି ଶାରଦୀୟ ଦୂର୍ଗା ପୂଜାରେ ମା' ଦୁର୍ଗାଙ୍କୁ ପୂଜାର୍ଚ୍ଚନା କଲେ ସମସ୍ତ ମନସ୍କାମନା ପୂର୍ଣ୍ଣ ହୁଏ । ସେପଟେ ଆଜି ମହାଷ୍ଟମୀ ପୂଜା ଉପଲକ୍ଷେ ମା'ଙ୍କର ମହାପୂଜା ଅନୁଷ୍ଠିତ ହେବ । ଶୀତଳ ଭୋଗ ଓ ଶଙ୍ଖୁଡ଼ି ଭୋଗ ନୀତି ପରେ ଚଣ୍ଡୀପାଠ ସମେତ ଅନ୍ୟାନ୍ୟ ପୂଜାର୍ଚ୍ଚନା ଅନୁଷ୍ଠିତ ହେବ ।

ABOUT THE AUTHOR

...view details