ଓଡିଶା

odisha

ETV Bharat / videos

ସ୍କୁଲ ପରିଦର୍ଶନରେ ଯାଇଥିଲେ ସାଂସଦ, ଖାଲି ହାତରେ କଲେ ଶୌଚାଳୟ ସଫା - ଶୌଚାଳୟ ସଫା କଲେ ସାଂସଦ

🎬 Watch Now: Feature Video

By

Published : Sep 23, 2022, 3:57 PM IST

ଭୋପାଳ: ସ୍କୁଲ୍‌ର ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଇ ଶୌଚାଳୟ ସଫା କଲେ ବିଜେପି ସାସଂଦ (bjp mp cleaned toilet in bare hands) । ଶୌଚାଳୟ ସଫା କରିବା ପରେ ବିଜେପି ସାଂସଦଙ୍କ ଭିଡିଓ ଭାଇରାଲ୍‌ ହେବାରେ ଲାଗିଛି । ମଧ୍ୟପ୍ରଦେଶ ରିୱା ସାଂସଦ ଜନାର୍ଦ୍ଦନ ମିଶ୍ର ସବୁବେଳେ ଚର୍ଚ୍ଚାରେ ରହି ଆସିଛନ୍ତି । ଗତ ସେପ୍ଟେମ୍ବର ୧୭ ତାରିଖରେ ସ୍ଥାନୀୟ ଏକ ବାଳିକା ଉଚ୍ଚ ବିଦ୍ୟାଳୟର ବୃକ୍ଷରୋପଣ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଇଥିଲେ । କାର୍ଯ୍ୟକ୍ରମ ପରେ ସେ ସ୍କୁଲ୍‌ ପରିଦର୍ଶନ କରିଥିଲେ । ଏହି ସମୟରେ ସ୍କୁଲ୍‌ର ଶୌଚାଳୟ ପରିଷ୍କାର ନଥିବା ଦେଖିବାକୁ ପାଇଥିଲେ । ଏହାପରେ ଖୋଦ୍‌ ସାଂସଦ ଖାଲି ହାତରେ ଶୌଚାଳୟ ସଫା କରିବାରେ ଲାଗି ପଡ଼ିଲେ । ଏହି ଭିଡିଓକୁ ସାଂସଦ ସୋସିଆଲ ମିଡିଆରେ ସେୟାର କରିଛନ୍ତି ।

ABOUT THE AUTHOR

...view details