ଓଡିଶା

odisha

Tiger Terror: ଜଙ୍ଗଲ ଛାଡି ଜନବସତି ମୁହାଁ ବାଘ, ଆତଙ୍କିତ ଲୋକେ

By

Published : Jul 20, 2022, 10:56 AM IST

ଡେରାଡୁନ: ଉତ୍ତରାଖଣ୍ଡରେ ଦେଖାଦେଇଛି ବାଘ ଆତଙ୍କ। ଖାଦ୍ୟ ଅନ୍ବେଷଣରେ ଜନବସତି ମୁହାଁ ହେଉଛନ୍ତି ବନ୍ୟଜନ୍ତୁ। କେତେବେଳେ ଲୋକଙ୍କ ଉପରେ ଆକ୍ରମଣ କରୁଛନ୍ତି ତ ପୁଣି କେତେବେଳେ କୁକୁର ଏମାନଙ୍କ ଶିକାର ହେଉଛି। ଉତ୍ତରାଖଣ୍ଡର ଦୁଇଟି ସ୍ଥାନରୁ ଏଭଳି କିଛି ଦୃଶ୍ୟ ସାମ୍ନାକୁ ଆସିଛି। ହରିଦ୍ବାରରେ ରାତିରେ ଏକ ଚିତାବାଘ ରାସ୍ତାରେ ବୁଲୁଥିବା କୁକୁର ଉପରେ ଆକ୍ରମଣ କରିଥିଲା । କୁକୁରଟି ଚିତ୍କାର କରିବାରୁ ବାଘଟି ଚାଲିଯାଇଥିଲା । ସେହିପରି କୋଟଦ୍ବାର ଅଞ୍ଚଳରେ ଏକ ଚିତାବାଘ ଜନବସତି ଗାଁ ଆଡ଼କୁ ଯାଉଥିବା ଦେଖିବାକୁ ମିଳିଛି। ଚିତାବାଘ ଆତଙ୍କରେ ଗ୍ରାମବାସୀ ଭୟଭୀତ ।

ABOUT THE AUTHOR

...view details