ଓଡିଶା

odisha

By

Published : Jul 20, 2022, 1:36 PM IST

ETV Bharat / videos

ଜନ୍ମମାଟି ଅଭିମୁଖେ ଅଜୟ ପରିଡ଼ାଙ୍କ ପାର୍ଥିବ ଶରୀର

ଯାଜପୁର: ଜନ୍ମମାଟି ଅଭିମୁଖେ ଆଇଏଲଏସ ନିର୍ଦ୍ଦେଶକ ଅଜୟ ପରିଡ଼ାଙ୍କ ପାର୍ଥିବ ଶରୀର । ଯାଜପୁର ଜିଲ୍ଲାର ଜାରକା ବଜାରୁ ଶୋଭାଯାତ୍ରାରେ ଜନ୍ମମାଟି ଭଗବାନପୁରକୁ ନିଆଯାଉଛି । ସେଠାରେ ତାଙ୍କର ରାଷ୍ଟ୍ରୀୟ ସମ୍ମାନ ସହ ଶେଷକୃତ୍ୟ ହେବ। ଏଥିପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ଯାଜପୁର ଜିଲ୍ଲାପାଳ, ଧର୍ମଶାଳା ତହସିଲଦାର, ବିଡ଼ିଓ ଓ ପୋଲିସ ଅଧିକାରୀ ଭଗବାନପୁର ଗ୍ରାମରେ ପହଞ୍ଚି କାର୍ଯ୍ୟ ତଦାରଖ କରୁଛନ୍ତି। ଏକ ମାସ ପୂର୍ବରୁ ଅଜୟ ପରିଡ଼ା ଗାଁକୁ ଆସିଥିଲେ। ମାତ୍ର ଆଜି ତାଙ୍କର ପାର୍ଥିବ ଶରୀର ଆସିବାବେଳେ ଗ୍ରାମରେ ଶୋକର ଛାୟା ଖେଳିଯାଇଛି। ମଙ୍ଗଳବାର ଆଇଏଲଏସ (Institute of Life Sciences) ଭୁବନେଶ୍ବର ନିର୍ଦ୍ଦେଶକ ପଦ୍ମଶ୍ରୀ ଡାକ୍ତର ଅଜୟ କୁମାର ପରିଡାଙ୍କ ଦେହାନ୍ତ ହୋଇଛି । ଇଟିଭି ଭାରତ, ଯାଜପୁର

For All Latest Updates

ABOUT THE AUTHOR

...view details