ବିଜୟା ଦଶମୀ, ଜାଣନ୍ତୁ ଦହି ପଖାଳ ପ୍ରସାଦ ବିଷୟରେ - ବିଜୟା ଦଶମୀ
କଟକ: ଆଜି ମହମାୟାଙ୍କ ବିଜୟା ଦଶମୀ । ଶାରଦୀୟ ଦୁର୍ଗାପୂଜାର ଆଜି ଶେଷ ଦିନ । ଅସତ୍ୟ ଉପରେ ସତ୍ୟର ବିଜୟର ଦିନ। ଶେଷ ଦିନରେ ବି ସହରର ସମସ୍ତ ପୂଜା ମଣ୍ଡପରେ ମାଙ୍କ ଦର୍ଶନ ପାଇଁ ଭକ୍ତ ଭିଡ ଲାଗିଛି। ଆଜି ବିଦାୟ ନେବେ ଦେବୀ ଦୁର୍ଗତିନାଶିନୀ । ବିଦାୟ ବେଳେ ମାଆଙ୍କୁ ପ୍ରସନ୍ନ କରିବାକୁ ଦିଆଯାଉଛି ଦହି ପଖାଳ । ତେବେ ମାଙ୍କ ପାଖରେ ଦହି ପଖାଳ ଭୋଗ ଲାଗି କରାଯିବାର ପରମ୍ପରା ରହିଛି । ତେବେ କାହିଁକି ମାଙ୍କୁ ଦହି ପଖାଳ ଭୋଗ ଲାଗି ହୋଇଥାଏ ? କଟକ ଖାନନଗର ପୂଜା ମଣ୍ଡପରେ କେମିତି ଚାଲିଛି ପୂଜା ? ଏନେଇ ଅଧିକ ସୂଚନା ଦେଇଛନ୍ତି ଆମ କଟକ ପ୍ରତିନିଧି।